କୋଲକତା,୨୬।୫: ଆଇପିଏଲ ୨୦୨୨ରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି) ୧୪ ରନ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ଠାରୁ ପରାସ୍ତ ହୋଇ ଚଳିତ ସିଜିନ୍ରୁ ବିଦାୟ ନେଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍ଏସ୍ଜି) ବ୍ୟାଟ୍ସମ୍ୟାନ ଦୀପକ ହୁଡାଙ୍କ ଛକାରେ ଇଡେନ ଗାର୍ଡେନ ଷ୍ଟାଡିୟମରେ ମ୍ୟାଚ ଦେଖୁଥିବା ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ବଲ ବାଜିବା ପରେ ପୋଲିସକର୍ମୀ ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିବାର ଦେଖାଯାଇଥିଲା।
ଲକ୍ଷ୍ନୌ ସୁପର ଜିଆଣ୍ଟସ ଇନିଂସର ଅଷ୍ଟମ ଓଭରର ପଞ୍ଚମ ବଲରେ ଦୀପକ ଆରସିବିର ବାମହାତୀ ସ୍ପିନର ଶାହବାଜ ଅହମ୍ମଦଙ୍କ ବଲରୁ ଏକ ଛକା ମାରିଥିଲେ। ଏହି ବଲ୍ ଷ୍ଟାଡିୟମରେ ଥିବା ଜଣେ ପୋଲିସ କର୍ମୀଙ୍କ ହାତରେ ବାଜିଥିଲା। ସେ ବଲ ଧରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ବଲ ଧରି ପାରି ନ ଥିଲେ।