ଖେବର ଆଦିବାସୀ ଜିଲାରେ ୨ଟି ବଡ଼ ବିସ୍ଫୋରଣ: ୨ ପୋଲିସ କର୍ମଚାରୀ ମୃତ, ୪ ଆହତ

ଇସଲାମାବାଦ,୨୦।୭: ପାକିସ୍ତାନର ଏକ ଆଦିବାସୀ ଜିଲାରେ ଏକ ତହସିଲ ଭବନ ପରିସରରେ ଦୁଇଟି ବିସ୍ଫୋରଣ ଘଟିଛି। ଏଥିରେ ଅତି କମରେ ୨ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି।

ଉଦ୍ଧାର ଅଧିକାରୀ କହିଛନ୍ତି, ଏହି ବିସ୍ଫୋରଣ ପାକିସ୍ତାନର ଖେବର ପାଖ୍ଟନଖୱା ପ୍ରଦେଶର ରାଜଧାନୀ ପେଶୱାର ସୀମାନ୍ତରେ ଥିବା ଖେବର ଆଦିବାସୀ ଜିଲାର ବାରା ତହସିଲ ଭବନରେ ଘଟିଛି। ଆକ୍ରମଣକାରୀ ତହସିଲ ବିଲଡିଂ ଭିତରେ ଥିବା ଏକ ପୋଲିସ ଷ୍ଟେଶନକୁ ଟାର୍ଗେଟ କରିଥିଲେ। ଏହା ପରେ ପୋଲିସ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ଏହି ବିସ୍ଫୋରଣରେ ଆଖପାଖ ଅଟ୍ଟାଳିକା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। ଆହତମାନଙ୍କୁ ପେଶୱାରର ହାୟାତାବାଦ ମେଡିକାଲ କମ୍ପ୍ଲେକ୍ସରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ବିସ୍ଫୋରଣରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

Share