ମହାମାରୀ କରୋନାଠାରୁ ରକ୍ଷା ପାଇବା ଲାଗି ସାରା ବିଶ୍ୱରେ କରୋନା ଟିକାକରଣ ଅଭିଯାନ ଜାରି ରହିଛି। ପ୍ରଥମ ଥର ପାଇଁ ଟିକା ନେଉଥିବା ଅନେକ ନିଜର ଫଟୋକୁ ସୋସିଆଲ ମିଡିଆରେ ଅପ୍ଲୋଡ୍ କରି ଅନ୍ୟଙ୍କୁ ସଚେତନ କରୁଛନ୍ତି। ହେଲେ ଏବେ ଟୁଇଟରରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ନ ହସି ରହିପାରିବେ ନାହିଁ।
ଆଇପିଏସ୍ ରୁପିନ୍ ଶର୍ମା ନିଜ ଟୁଇଟରରେ ନାଗାଲାଣ୍ଡରେ କରାଯାଉଥିବା ଟିକାକରଣ ସମୟର ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଜଣେ ପୋଲିସ କର୍ମୀଙ୍କୁ ଦେଖିବାକୁ ମିଳୁଛି। ସେ ଟିକା ନେବାକୁ ସେଣ୍ଟରରେ ପହଞ୍ଚିଛନ୍ତି। ହେଲେ ଯେତେବେଳେ ନର୍ସ ତାଙ୍କୁ ଟିକା ଦେବାକୁ ଆସି ଛୁଇଁଛନ୍ତି, ସେ ବଡ଼ ପାଟିରେ ହସିବାରେ ଲାଗିଛନ୍ତି। ଏହାଦେଖି ଅନ୍ୟମାନେ ତାଙ୍କୁ ଟିକା ଦେବାର ଭିନ୍ନ ପ୍ରୟାସ କରିବା ସହ ହସୁଥିବା ନଜର ଆସୁଛି। କ’ଣ ପାଇଁ ବ୍ୟକ୍ତିଜଣଙ୍କ ହସୁଛନ୍ତି ଜଣା ପଡ଼ି ନ ଥିଲେ ହେଁ କେହି କେହି ତାଙ୍କୁ କୁତୁକୁତୁ ଲାଗୁଛି ବୋଲି କହୁଛନ୍ତି। ସେହିଭଳି ଅନ୍ୟମାନେ କରୋନା ଟିକା ଲଗାଉଥିବାରୁ ସେ ନିଜ ଖୁସିକୁ ରୋକି ପାରୁ ନାହାନ୍ତି ବୋଲି କହୁଛନ୍ତି।
#Covid19 #Vaccination gem apparently from #Nagaland.
Not sure whether he had it finally but
Looks like he was more anxious about the ‘tickling’
शायद सुई से नहीं , #स्पर्श की #गुदगुदी से हंगामा हो रहा था । pic.twitter.com/9ZTmX3URnc
— Rupin Sharma IPS (@rupin1992) March 7, 2021