ଭାରତରେ କୌଣସି ମନ୍ଦିର ଶିଖରରେ ବନ୍ଧା ହୋଇଥିବା ପତାକାକୁ ପତିତପାବନ ବାନା ବା ପତାକା କୁହାଯାଏ ନାହିଁ।
ଶ୍ରୀମନ୍ଦିର ବାନା ଦୂରରୁ ଦର୍ଶନ କଲେ ଯେଉଁ ଆବେଗ, ଯେଉଁ ଭାବ ହୃଦୟରେ ଜାଗ୍ରତ ହୁଏ ତାହା ହିଁ ସମତାର ଭାବ। ମନରେ ଥିବା ଭକ୍ତିକୁ ଚଳଚଞ୍ଚଳ କରିଦିଏ। ପୁଲକ ଭରିଦିଏ। ପୁଲକିତ ମନ ଉପର ଅଭିମୁଖୀ ହୁଏ।ତଳକୁ ଗତି କରେ ନାହିଁ।
ଦୃଷ୍ଟିରୁ ନୀଳଚକ୍ରରେ ପତିତପାବନ ବାନା ନ ଥିଲେ ବନ୍ଧା ହେବା ପର୍ଯ୍ୟନ୍ତ ପ୍ରଭୁଙ୍କ ନୀତି ବନ୍ଦ ରହେ। ରହସ୍ୟମୟ ସଂଯୋଗର ଦାର୍ଶନିକ ଦୃଷ୍ଟିକୋଣ ରହିଛି। ତା’ ମଧ୍ୟରେ ଥିବା ଚନ୍ଦ୍ରବିନ୍ଦୁ ହେଉଛି ଅର୍ଦ୍ଧଚନ୍ଦ୍ର ପ୍ରକୃତି। ବିନ୍ଦୁ ହେଉଛନ୍ତି ପୁରୁଷ। ଶ୍ରୀପୁରୁଷୋତ୍ତମ ଜଗନ୍ନାଥ। ଅର୍ଦ୍ଧ ଚନ୍ଦ୍ରଙ୍କୁ ‘ନାଦ’ କୁହାଯାଏ। ତନ୍ତ୍ରରେ ଅଛି- ବିରଜା ନାଦରୂପା ଚ ବିନ୍ଦୁଶ୍ରୀପୁରୁଷୋତ୍ତମ। ଦେବୀ ବିରଜା ପ୍ରକୃତିର ପ୍ରତିନିଧି। ନାଦ/ବିନ୍ଦୁ ଥିବା ପତିତପାବନ ବାନା ଗଳାରେ ଧାରଣ କଲେ ‘କଣ୍ଠଚକ୍ର’ କ୍ରିୟାଶୀଳ ହୁଏ। ଏହା ଯୋଗ ଦର୍ଶନର କଥା…..।