ଜାକର୍ତ୍ତା,୨୮।୧୧: ଇଣ୍ଡୋନେସିଆକୁ ପୋଲିଓ ଫେରିଛି। ୪ଜଣ ଶିଶୁ ପୋଲିଓ ଆକ୍ରାନ୍ତ ଚିହ୍ନଟ ହେବା ପରେ ସୋମବାର ସୁମାତ୍ରା ଦ୍ୱୀପର ସିଗ୍ଲି ସହରରେ ପୋଲିଓ ଟିକା ଦିଆଯାଇଛି। ୧୦ ବର୍ଷ ପୂର୍ବେ ଇଣ୍ଡୋନେସିଆ ପୋଲିଓ ମୁକ୍ତ ଘୋଷିତ ହୋଇଥିଲା। ଗତ ଅକ୍ଟୋବରରେ ସିଗ୍ଲିରେ ଜଣେ ୭ ବର୍ଷର ପିଲାଠାରେ ପ୍ରଥମ ପୋଲିଓ ଚିହ୍ନଟ ହୋଇଥିଲା। ଏହାପରେ ଅନ୍ୟ ୩ ଜଣଙ୍କଠାରେ ପୋଲିଓ ଲକ୍ଷଣ ଦେଖିବାକୁ ମିଳିଥିଲା।