ଆଫଗାନିସ୍ତାନ ସଙ୍କଟ ଯୋଗୁ ପୁଣି ପୋଲିଓ ଆତଙ୍କ…

ଜେନେଭା,୨୪।୮: ସମ୍ପ୍ରତି ଆଫଗାନିସ୍ତାନରେ ସଙ୍କଟ ବଢ଼ିବାରେ ଲାଗିଛି। ଏହା ଯୋଗୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସମଗ୍ର ପୃଥିବୀରେ ପୋଲିଓ ଆତଙ୍କ ପୁଣି ବଢ଼ିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। ଗୃହଯୁଦ୍ଧ ଯୋଗୁ ଆଫଗାନିସ୍ତାନରେ ଗତ ୩ ବର୍ଷ ଧରି ପୋଲିଓ ଦୂରୀକରଣ ଅଭିଯାନରେ ବାଧା ସୃଷ୍ଟି ହୋଇଛି। ଫଳରେ ଦେଶର ୧୦ ଲକ୍ଷରୁ ଅଧିକ ଛୋଟ ପିଲାଙ୍କୁ ପୋଲିଓ ବୁନ୍ଦା ଦିଆଯାଇ ପାରି ନାହିଁ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ବିଶେଷଜ୍ଞ କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏବେ ବି ଆଫଗାନିସ୍ତାନ ଏବଂ ପାକିସ୍ତାନରେ ପୋଲିଓ ରହିଛି। ପୃଥିବୀରେ ଏହି ଦୁଇ ଦେଶ ପୋଲିଓ ମୁକ୍ତ ହୋଇ ପାରି ନାହାନ୍ତି। ୨୦୧୮ ପରେ ଆଫଗାନିସ୍ତାନରେ ପୋଲିଓ ଅଭିଯାନ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପଡ଼ିଥିଲା। ଯେଉଁ ଅଞ୍ଚଳରେ ତାଲିବାନ ଆତଙ୍କବାଦୀ ସକ୍ରିୟ ଥିଲେ ସେଠାରେ ଘର ଘର ବୁଲି ପୋଲିଓ ବୁନ୍ଦା ଦେବା ସମ୍ଭବ ହୋଇପାରି ନ ଥିତ୍ବା ବିଶେଷଜ୍ଞ କମିଟି କହିଛି। ଏପରିସ୍ଥଳେ ଭାରତକୁ ଫେରିଥିବା ଛୋଟ ପିଲାଙ୍କୁ ଶୀଘ୍ର ପୋଲିଓ ବୁନ୍ଦା ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ୍‌ ମାଣ୍ଡବ୍ୟ କହିଛନ୍ତି।

Share