Categories: ଜାତୀୟ

ପ୍ରେମିକଙ୍କ ପାଇଁ ସାତ ଦରିଆ ପାର୍‌ କରି ଝାଡଖଣ୍ଡରେ ପହଞ୍ଚିଲେ ମହିଳା

ରାଞ୍ଚି,୨୨।୭: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କ ପ୍ରେମ କାହାଣୀ ଭଳି ଏବେ ଝାଡଖଣ୍ଡରେ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ବାରବରା ପୋଲକ ନାମକ ଜଣେ ୪୯ବର୍ଷୀୟା ମହିଳା ନିଜର ୬ ବର୍ଷର ଝିଅ ସହିତ ତାଙ୍କ ପ୍ରେମିକ ଶାଦବଙ୍କୁ ବିବାହ କରିବାକୁ ଭାରତ ଆସିଛନ୍ତି।

ମହିଳା ଜଣଙ୍କ କହିଛନ୍ତି, ଇନଷ୍ଟାଗ୍ରାମ ମାଧ୍ୟମରେ ସେ ଶାଦବଙ୍କ ସହ ଯୋଡି ହୋଇଥିଲେ ଏବଂ ଉଭୟ ପରସ୍ପର ସହ କଥା ହେବା ଆରମ୍ଭ କରିଥିଲେ। ପରେ ଦୁହିଁଙ୍କ ଭିତରେ ଭଲ ବହୁତ ଭଲ ବନ୍ଧୁତା ହେଲା ଏବଂ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହେଲା, ଏବଂ ଦୁହେଁ ପରସ୍ପରକୁ ବିବାହ କରିବାକୁ ଚାହାଁନ୍ତି, ତେଣୁ ସେ ତାଙ୍କୁ ବିବାହ କରିବା ଉଦ୍ଦେଶ୍ୟରେ ଭାରତ ଆସିଛନ୍ତି।

Share