Categories: ଜାତୀୟ

ଝିଅମାନଙ୍କ ଲୁହଠାରୁ ବଡ଼ ନୁହେଁ ରାଜନୈତିକ ଫାଇଦା: ମୋଦିଙ୍କୁ କହିଲେ ରାହୁଲ…

ନୂଆଦିଲ୍ଲୀ,୩୧।୧୨ : ବିଶ୍ୱ ପଦକ ବିଜେତା କୁସ୍ତି ଖେଳାଳି ଭିନେଶ ଫୋଗାଟ ଶନିବାର ଖେଳ ରତ୍ନ ଏବଂ ଅର୍ଜୁନ ପୁରସ୍କାର ଫେରାଇ ଦେଇଛନ୍ତି। ଭିନେଶ ଏହି ଉଭୟ ପୁରସ୍କାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘର ବାହାରେ ରଖିବାକୁ ଚାହୁଁଥିଲେ କିନ୍ତୁ ପୋଲିସ ତାଙ୍କୁ ସେଠାକୁ ଯିବାକୁ ଅଟକାଇଥିଲା। ଏହା ପରେ ସେ ଏହି ପୁରସ୍କାରଗୁଡ଼ିକୁ କର୍ତ୍ତବ୍ୟ ପଥରେ ରଖିଥିଲେ। ବର୍ତ୍ତମାନ ଉଭୟ ପୁରସ୍କାରକୁ କର୍ତ୍ତବ୍ୟ ପଥରୁ ପୋଲିସ ଜବତ କରିଛି।

ସେ କହିଥିଲେ କୁସ୍ତିଯୋଦ୍ଧାମାନେ ନ୍ୟାୟ ପାଇବା ପାଇଁ ସଂଘର୍ଷ କରୁଥିବାରୁ ଏହି ସମସ୍ତ ସମ୍ମାନ ଅର୍ଥହୀନ ହୋଇଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖାଯାଇଥିବା ଚିଠିରେ ଭିନେଶ ଏହି ସବୁ କଥା ଉଲ୍ଲେଖ କରିଛନ୍ତି।

ବର୍ତ୍ତମାନ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏକ୍ସରେ ଏହି ପୋଷ୍ଟ ଶେୟାର କରି ସେ ଲେଖିଛନ୍ତି ଦେଶର ପ୍ରତ୍ୟେକ ଝିଇଙ୍କ ପାଇଁ ଆତ୍ମ ସମ୍ମାନ ପ୍ରଥମେ ଆସେ ଏବଂ ଏହା ପରେ କୌଣସି ପଦକ ଆସେ। ଆଜି, ଘୋଷିତ ବାହୁବଳରୁ ପ୍ରାପ୍ତ ରାଜନୈତିକ ଫାଇଦାର ମୂଲ୍ୟ ଝିଅମାନଙ୍କର ଲୁହଠାରୁ ଅଧିକ ହୋଇଛି କି? ପ୍ରଧାନମନ୍ତ୍ରୀ ହେଉଛନ୍ତି ଦେଶର ଅଭିଭାବକ ଏବଂ ତାଙ୍କର ଏପରି ନିଷ୍ଠୁରତା କଷ୍ଟଦାୟକ ହେଉଛି। ଏବେ ରାହୁଲଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

 

Share