ଲକ୍‌ଡାଉନ ନିୟମ ଉଲ୍ଲଂଘନ ପରେ ରାଜନୈତିକ ବିବାଦ: ଗାଷ୍ଠୀକନ୍ଦଳ, ଏମ୍‌ପିଙ୍କ ଦୋଷ ଲୁଚାଇବାକୁ କମିଶନରଙ୍କୁ ଟାର୍ଗେଟ

ଭୁବନେଶ୍ୱର,୭।୭(ବ୍ୟୁରୋ): ଭାଜପା ପକ୍ଷରୁ ବିଏମ୍‌ସି କମିଶନରଙ୍କ ବିରୋଧରେ ଅଭିଯୋଗ ଅଣାଯିବା ପରେ ବିଜେଡି ପଲଟା ଆକ୍ରମଣ କରିଛି। ଭାଜପା ଭୁବନେଶ୍ୱର ସଙ୍ଗଠନ ଭିତରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଏବଂ ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ବେଆଇନ କାର୍ଯ୍ୟକୁ ଘଣ୍ଟ ଘୋଡାଇବା ପାଇଁ ଦଳ ଏଭଳି ଆଗକୁ ଆସିଛି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।
ଦଳ ପକ୍ଷରୁ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଲେନିନ କହିଛନ୍ତି, ଭୁବନେଶ୍ୱର ଭାଜପାରେ ଏବେ ଗୋଷ୍ଠୀ ବିବାଦ ଜୋରସୋରରେ ଚାଲିଛି। ବାବୁ ସିଂହ ହେଉଛନ୍ତି ଅପରାଜିତାଙ୍କ ଏକାନ୍ତ ଅନୁଗତ ା ଅପରାଜିତା ରାଜନୈତିକ ସଭା ସମିତି କରି ଜାଣିଶୁଣି କୋଭିଡ୍‌ ପାଇଁ ଜାରି ହୋଇଥିବା କେନ୍ଦ୍ରୀୟ ମାର୍ଗଦର୍ଶିକାକୁ ଉଲ୍ଲଙ୍ଘନ କରୁଛନ୍ତିା ଯେଉଁଥିପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ା ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସଂକ୍ରାନ୍ତୀୟ ଜାତୀୟ ମାର୍ଗଦର୍ଶିକାକୁ ପାଳନ କରିବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି ା ପ୍ରଧାନମନ୍ତ୍ରୀ କହିଛନ୍ତି, ବ୍ୟକ୍ତି ଯେତେ ବଡ ହୁଅନ୍ତୁ କୋଭିଡ ନିୟମ ଭଙ୍ଗିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ା କରୋନା ନିୟମ ଭାଙ୍ଗିବା ଅଭିଯୋଗରେ ଅପରାଜିତାଙ୍କ ବିରୋଧରେ ବିଏମ୍‌ସି କମିଶନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ଭାଜପା ବିଷ ଓଗାଳୁଥିବା ଲେନିନ କହିଛନ୍ତି।

Share