ଗିଲଗିତ-ବାଲତିସ୍ତାନରେ ରାଜେନୈତିକ ସଙ୍କଟ; ମେଣ୍ଟ ସରକାର ଗଠନ ହେବା ନେଇ ଚର୍ଚ୍ଚା

ଇସଲାମବାଦ,୮।୭: ପାକିସ୍ତାନର ଗିଲଗିତ-ବାଲତିସ୍ତାନରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଜୁଲାଇ ୪ରେ ଗିଲଗିତ-ବାଲତିିସ୍ତାନର ଏକ ଅପିଲ କୋର୍ଟ ମୁଖ୍ୟମନ୍ତ୍ରୀ ଖାଲିଦ ଖୁରସିଦଙ୍କ ନକଲି ଆଇନ ଡିଗ୍ରୀ ଯୋଗୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏହି ଘଟଣା ପରଠାରୁ ସେଠାରେ ରାଜନୈତିକ ସଙ୍କଟ ଘନେଇଛି। ଜୁଲାଇ ୧୩ରେ ଏଠାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଅନୁଷ୍ଠିତ ହେବ।

ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ନେତା ଖାଲିଦ ଖୁରସିଦଙ୍କ ଡିଗ୍ରୀ ଉପରେ କୋର୍ଟଙ୍କ ରାୟର ଗୋଟିଏ ଦିନ ପୂର୍ବରୁ ଜୁଲାଇ ୩ ରେ ନୂଆ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥାନ୍ତେ। ସେହି ଦିନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଗିଲଗିତ ସହରରେ ବିଧାନସଭାକୁ ପୋଲିସ କର୍ଡନ କରିଥିଲା। କର୍ମଚାରୀ, ସଦସ୍ୟ ଏବଂ ସାମ୍ବାଦିକମାନଙ୍କୁ ବିଧାନସଭା ପରିସରରୁ ବାହାର କରି ସେହି ସ୍ଥାନକୁୁ ସିଲ କରାଯାଇଥିଲା।

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ଗିଲଗିିତ-ବାଲତିିସ୍ତାନରେ ତିନୋଟି ଦଳରେ ବିଭକ୍ତ ହୋଇଛି। ପୂର୍ବ ସରକାରରେ ଅର୍ଥମନ୍ତ୍ରୀ ଥିବା ଜାଭେଦ ମନୱା ‘ହମ ଖାୟଲ ଗୋଷ୍ଠୀ’ ଗଠନ କରିଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଏବଂ ପାକିସ୍ତାନୀ ମୁସଲିମ ଲିଗ-ନୱାଜ ଗିଲଗିତ-ବାଲତିସ୍ତାନରେ ମେଣ୍ଟ ସରକାର ଗଠନ କରିବା ନେଇ ସୂଚନା ରହିଛି।

 

Share