ଘନେଇଲା ରାଜନୈତିକ ସଙ୍କଟ: ସାମ୍ବିଧାନିକ ପରିଷଦ ବୈଠକ ଡକାଇଲେ ଓଲି

ନୂଆଦିଲ୍ଲୀ, ୨।୨: ନେପାଳରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ସାମ୍ବିଧାନିକ ପରିଷଦ ବୈଠକ ଡକାଇଛନ୍ତି। ବୈଠକ ବୁଧବାର ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବ। ପାର୍ଲାମେଣ୍ଟ ଭଙ୍ଗ ବିରୋଧରେ ଶିକ୍ଷାର୍ଥୀଙ୍କ ପକ୍ଷରୁ କାଠମାଣ୍ଡୁରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ପରେ ଓଲି ଏଭଳି ନିଷ୍ପତ୍ତିି ଗ୍ରହଣ କରିଛନ୍ତି। ପାର୍ଲାମେଣ୍ଟ ଭଙ୍ଗ ଘଟଣାକୁ ଅଲ୍‌ ନେପାଳ ନ୍ୟାଶନାଲ ଫ୍ରି ଷ୍ଟୁଡେଣ୍ଟ ୟୁନିଅନ ପକ୍ଷରୁ ଲଗାତାର ବିରୋଧ କରାଯାଉଛି। ସୂଚନାଯୋଗ୍ୟ, ଓଲିଙ୍କ ସୁପାରିଶକ୍ରମେ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଡିସେମ୍ବର ୨୦ରେ ନେପାଳ ସଂସଦର ନିମ୍ନ ସଦନକୁ ଭଙ୍ଗ କରିଥିଲେ। ଏହା ଓଲି ଦେଶରେ ୨୦୨୧ ଏପ୍ରିଲ୍‌ ୩୦ ଏବଂ ମେ ୧୦ରେ ନିର୍ବାଚନ କରାଇବାକୁ ପ୍ରସ୍ତାବ ଦେଇଥିଲେ।

Share