ବ୍ରିଟେନରେ ରାଜନୈତିକ ସଙ୍କଟ: ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ପାଇଁ ବିପଦ, ଋଷି ସୁନାକଙ୍କ ଲାଗି ସୁଯୋଗ…

ଲଣ୍ଡନ,୧୬।୧୦ : ବ୍ରିଟେନରେ ବଢୁଥିବା ରାଜନୈତିକ ସଙ୍କଟ ମଧ୍ୟରେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ପାଇଁ ବିପଦ ସୃଷ୍ଟି ହୋଇଥିବା କୁହାଯାଉଛି। ଏକ ମାସ ପୂର୍ବରୁ ଲିଜ ଟ୍ରସ ପ୍ରଧାନମନ୍ତ୍ରୀଙ୍କ ଭାବେ ନିର୍ବାଚିତ ହୋଇଥିଲେ । ବିପଦ ପଛର କାରଣ ହେଉଛି, ଲିଜ ଟ୍ରସ ଜନସାଧାରଣଙ୍କୁ ଦେଇଥିବା ପ୍ରତ୍ୟେକ ପ୍ରତିଶ୍ରୁତିଠାରୁ ଦୂରେଇ ଯାଇଛନ୍ତି। ବ୍ରିଟେନର କଞ୍ଜରଭେଟିବ ପାର୍ଟିର ବିଦ୍ରୋହୀ ନେତା ଲିଜ ଟ୍ରସଙ୍କୁ ଦଳର ନେତା ତଥା ପ୍ରଧାନମନ୍ତ୍ରୀ ପଦରୁ ହଟାଇବାକୁ ଯୋଜନା କରୁଥିବା ଖବର ମଧ୍ୟ ରହିଛି।

କୁହାଯାଉଛି ଯେ ପ୍ରତିଦ୍ୱନ୍ଦ୍ୱୀ ଋଷି ସୁନାକଙ୍କ କ୍ୟାମ୍ପର ଲୋକମାନେ ଏଥିରେ ଜଡିତ ଅଛନ୍ତି। ଏହି ରିପୋର୍ଟ ଦ ଟାଇମ୍ସର ୟୁଗୋଭ ସର୍ଭେରେ ପ୍ରକାଶ ପାଇଛି। ଯେଉଁଥିରେସୂଚିତ ହୋଇଛି ଯେ ଟୋରି ପାର୍ଟି ସମର୍ଥକଙ୍କ ପ୍ରାୟ ଅର୍ଦ୍ଧେକ ବିଶ୍ୱାସ କରନ୍ତି ଯେ ନେତୃତ୍ୱ ନିର୍ବାଚନରେ ଦଳ ଭୁଲ ପ୍ରାର୍ଥୀ ବାଛିଛି। ୟୁଗୋଭ ସର୍ଭେରୁ ଜଣାପଡିଛି ଯେ ଗତ ନିର୍ବାଚନରେ ଯେଉଁମାନେ କଞ୍ଜରଭେଟିବଙ୍କୁ ଭୋଟ ଦେଇଛନ୍ତି ସେମାନଙ୍କ ମଧ୍ୟରୁ ୬୨ ପ୍ରତିଶତ କହିଛନ୍ତି ଯେ ଟ୍ରସ ଏବଂ ସୁନାକ ମଧ୍ୟରେ ହୋଇଥିବା ପ୍ରତିଦ୍ୱନ୍ଦ୍ୱିତାରେ ଦଳର ସଦସ୍ୟମାନେ ଭୁଲ ପସନ୍ଦ କରିଛନ୍ତି। କିନ୍ତୁ ୧୫ ପ୍ରତିଶତ ଲୋକ ଠିକ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି।

Share