Categories: ଜାତୀୟ

କଂଗ୍ରେସରୁ ଦୂରେଇ ଯାଇଥିଲେ ବି ଫେରିବାର ବାଟ ଖୋଲା ରଖିଛନ୍ତି ପାଇଲଟ

ନୂଆଦିଲ୍ଲୀ,୩୦।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ମନୋମାଳିନ୍ୟକୁ ନେଇ ପୁର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କ ପଦ ହରାଇଛନ୍ତି। ଆଉ ଏବେ ସେ କଂଗ୍ରେସ ଦଳଠାରୁ ବହୁ ଦୂରକୁ ଚାଲି ଯାଇଥିବା କୁହାଯାଉଛି। ହେଲେ ସେ ଦଳକୁ ଫେରିବାର ସମସ୍ତ ବାଟ ଖୋଲା ରଖିଥିବା କୁହାଯାଉଛି। ପ୍ରଥମରୁ ସେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେବେ ନାହିଁ ବୋଲି କହିଥିବା ବେଳେ ଏବେ ତାଙ୍କର ସମସ୍ତ ରାସ୍ତା ଖୋଲାଥିବା ପୁଣି ଏକ ରାଜନୈତିକ ଚର୍ଚ୍ଚା ସୃଷ୍ଟି କରିଛି। ପାଇଲଟ କୋର୍ଟରେ ରାଜନୈତିକ ମାମଲା ଜିତିବା ପରେ ଏବେ କଂଗ୍ରେସ ନେତାଙ୍କ ସମ୍ପର୍କରେ ରହିଛନ୍ତି। ଅନ୍ୟପଟେ ପାଇଟଙ୍କୁ ନେଇ ଗେହଲଟ ଯେଉଁଭଳି ଭାବେ ଆକ୍ରମଣାତ୍ମକ ବୟାନ ଦେଉଛନ୍ତି ତାହା କିନ୍ତୁ ପାଇଲଟଙ୍କ ନିକଟରେ ଦେଖାଯାଇନାହିଁ। ଏମିତିକି କଂଗ୍ରେସର ଶୀର୍ଷ ନେତୃତ୍ୱକୁ ନେଇ ମଧ୍ୟ ପାଇଲଟ କିଛି ଟିପ୍ପଣି ଦେଇ ନାହାନ୍ତି। ହେଲେ ଗେହଲଟ ତାଙ୍କୁ ସବୁବେଳେ ଆକ୍ରମଣ କରୁଥିବା ଦେଖାଯାଇଛି। ଅନ୍ୟପଟେ ପାଇଲଟ କିନ୍ତୁ କଂଗ୍ରେକୁ ନେଇ ନରମ ମନୋଭାବ ଦେଖାଉଥିବା ପରିଲକ୍ଷିତ ହୋଇଛି। ଏହାକୁ ନେଇ ଅନୁମାନ କରାଯାଉଛି କି ପାଇଲଟ କଂଗ୍ରେସକୁ ଫେରିବାକୁ ସବୁ ବାଟ ଖୋଲା ରଖିଛନ୍ତି।

Share