ବଢ଼ିଲା ରାଜନୈତିକ ଚର୍ଚ୍ଚା

ଭୁବନେଶ୍ବର, ୨ା୮(ସୁନିତ୍‌ ମିଶ୍ର): ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରତ୍ନଭଣ୍ଡାରରେ କ’ଣ ଅଛି ତାକୁ ପ୍ରଥମେ ଖୋଲାଯାଉ। ଏହାସହ ତା’ର ଇନ୍‌ଭେଣ୍ଟ୍ରି ତିଆରି ହେଉ। ୧୯୭୮ ମସିହାରେ ଯେଉଁ ଇନ୍‌ଭେଣ୍ଟ୍ରି ତିଆରି ହୋଇଥିଲା ତାହା ସହ ମ୍ୟାଚ୍‌ କରାଯାଉ। ଏହାପରେ ସେଥିରେ କେତେ ସତ୍ୟତା ଅଛି, କେତେ ଚୋରି ହୋଇଛି, କ’ଣ ହୋଇଛି ନାହିଁ ତା’ର ସତ୍ୟତା ଲୋକଲୋଚନକୁ ଅଣାଯାଉ ଏବଂ ସବୁ କଥାର ଖୁଲାସା ହେବା ଦରକାର ବୋଲି ପୃଥୀରାଜ କହିଛନ୍ତି।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ସେମାନେ କହୁଛନ୍ତି ରତ୍ନଭଣ୍ଡାରରେ ସବୁ ସୁରକ୍ଷିତ ଅଛି। ସୁରକ୍ଷିତ ଅଛି ବୋଲି ସରକାର କିପରି ଜାଣିଲେ। ଆଇନରେ ବ୍ୟବସ୍ଥା ଅଛି ମଝିରେ ମଝିରେ ତାହା ଖୋଲାଯିବ। ତା’ମାନେ କ’ଣ ୧୯୭୮ ମସିହାରେ କ’ଣ ଥିଲା ତା’ପରେ ଆଉ ଖୋଲାଯିବ ନାହିଁ। ସେ ରିପୋର୍ଟ କ’ଣ ଆସିଲା ତାହା ବି ଜଣାନାହିଁ। ପୁରୁଣା କଥାକୁ ଦୋହରାଇଛନ୍ତି। ସରକାରଙ୍କ ମନ୍ତବ୍ୟ ଯାହା ସନ୍ଦେହ ସୃଷ୍ଟି କରୁଥିଲା ଏବେ ଯେଉଁ କାମ କରିଛନ୍ତି ତାହା ସରକାରଙ୍କ ଉପରେ ଆହୁରି ସନ୍ଦେହ ବଢ଼ିଛି ବୋଲି ନରସିଂହ କହିଛନ୍ତି।

Share