Categories: ଜାତୀୟ

ସୋନିଆଙ୍କ ରହସ୍ୟମୟ ଭାଇଙ୍କୁ ନେଇ ରାଜନୈତିକ ଭୂକମ୍ପ…

ଜୟପୁର,୨୩।୧୧ : ଲାଲ ଡାଏରୀ ରାଜସ୍ଥାନ ରାଜନୀତିରେ ଏକ ଭୂକମ୍ପ ସୃଷ୍ଟି କରିଛି। ଏହି ପ୍ରସଙ୍ଗରେ କଂଗ୍ରେସ, ଗାନ୍ଧୀ ପରିବାର ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରକୁ ସଙ୍କଟରେ ପକାଇଥିବା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ସିଂ ଗୁଡା ଏବେ ଆଉ ଏକ ବିସ୍ଫୋରକ ପର୍ଦ୍ଦାଫାଶ କରିଛନ୍ତି। ଅଶୋକ ଗେହଲଟ ସରକାରରେ ମନ୍ତ୍ରୀ ଥିବା ରାଜେନ୍ଦ୍ର କହିଛନ୍ତି ସୋନିଆ ଗାନ୍ଧୀଙ୍କ ଭାଇଙ୍କ ନାମ ମଧ୍ୟ ଲାଲ ଡାଏରୀରେ ଅଛି। ଏହି ରହସ୍ୟମୟ ଭାଇ ହୋଟେଲ ଶିବ ବିଳାସର ମାଲିକଙ୍କ ପୁଅର କାର୍ଯ୍ୟକ୍ରମରେ ମଧ୍ୟ ଆସିଥିଲେ।

 

ରିପୋର୍ଟ ଅନୁଯାୟୀ, ରାଜେନ୍ଦ୍ର କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଶଶିକାନ୍ତ ଶର୍ମାଙ୍କୁ ମଧ୍ୟ ସୋନିଆ ଗାନ୍ଧୀଙ୍କ ଭାଇ ସିଏମ ଗେହଲଟଙ୍କୁ ଭେଟିବାର ସମୟ ସ୍ଥିର କରିବାକୁ କୁହାଯାଇଥିଲା। ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ସୋନିଆ ଗାନ୍ଧୀଙ୍କ ଦୁଇ ଭଉଣୀ ଅଛନ୍ତି, କିନ୍ତୁ ସମସ୍ତେ ଜାଣନ୍ତି ତାଙ୍କ ଭାଇ ବୋଲି ଦର୍ଶାଯାଊଥିବା ବ୍ୟକ୍ତି ଜଣକ କିଏ? ରାଜସ୍ଥାନର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର କହିଛନ୍ତି ଏହି ଲାଲ ଡାଏରୀରେ ଅଶୋକ ଗେହଲୋଟ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କ ଦୁର୍ନୀତିର ପ୍ରମାଣ ରହିଛି। ସେ କହିଛନ୍ତି ଗେହଲଟ ରାଜସ୍ଥାନର ଲୋକଙ୍କ ସାମ୍ନାରେ ଲୋକପ୍ରିୟତାର ଏକ ମୁଖା ପିନ୍ଧି କରିଥିବା ସମସ୍ତ ଅନୈତିକ କାର୍ଯ୍ୟ ଏବଂ ଦୁର୍ନୀତି ଏଥିରେ ଲିପିବଦ୍ଧ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଜସ୍ଥାନରେ ଦଲାଲ ଏବଂ ଅପରାଧୀଙ୍କ ପାଇଁ କରାଯାଇଥିବା ସମସ୍ତ କାର୍ଯ୍ୟ ଏଥିରେ ଅଛି ବୋଲି ରାଜେନ୍ଦ୍ର କହିଛନ୍ତି। ଗେହଲଟ ପ୍ରଥମେ କୋଟି କୋଟି ଟଙ୍କାର ଖଣି ମାମଲା ବନ୍ଦ କରି ତା’ପରେ କୌଣସି ଏନଓସି ନାହିଁ ବୋଲି କହିଥିଲେ। ଏହା ପରେ, ପୁଣି ଏନଓସି ଆରମ୍ଭ କରିଥିଲେ। ସେହି ବିଧାୟକମାନେ ଗେହଲଟ ନିକଟକୁ ଯିବା ଆସିବା କରନ୍ତି।

 

Share