ଭାଜପା ବିଧାୟକଙ୍କ ଭାଇରାଲ ଅଡିଓକୁ ନେଇ ରାଜନୈତିକ ଉଷ୍ମତା: ବିଜେଡିର ଟାର୍ଗେଟ୍‌

ଆସିକା,୨୬ା୮(ସୁରେନ୍ଦ୍ର ନାଥ ସାହୁ):ଗଞ୍ଜାମ ଜିଲା ଆସିକା ବିଧାୟକ ସରୋଜ ପାଢୀଙ୍କ ଆସିକା ଅଞ୍ଚଳର ୨ଜଣ ବାଲିଘାଟ ଲିଜଧାରୀଙ୍କ ସହ ବାର୍ତ୍ତାଳପର ଏକ ଅଡିଓ ଦୁଇଦିନ ହେଲା ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏହାକୁ ନେଇ ବିରୋଧୀ ବିଜେଡି ଓ ଶାସକ ଦଳ ମଧ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି ା ଉଭୟ ଦଳ ପକ୍ଷରୁ ରବିବାର ପୃଥକ ଭାବେ ଖବରଦାତା ସମ୍ମିଳନୀ କରାଯାଇଛି ା
ପୂର୍ବାହ୍ନରେ ଆସିକା ନିର୍ବାଚନମଣ୍ଡଳୀ ବିଜେଡି କାର୍ଯ୍ୟାଳୟଠାରେ ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ବାଇଁ ଖବରଦାତା ସମ୍ମିଳନୀ କରି ଭାଜପା ବିଧାୟକଙ୍କ ପକ୍ଷରୁ ବାଲି ଲିଜଧାରୀଙ୍କୁ ଟଙ୍କା ଦାବି କରାଯାଉଥିବା ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ା ଏହି ଘଟଣା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପାଇଁ ର୍ଦୁଭାଗ୍ୟଜନକ ବୋଲି ସେ କହିଛନ୍ତି ା ରାଜ୍ୟ ସରକାର ଏହି ଅଡିଓର ବିଧିବଦ୍ଧ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ମଞ୍ଜୁଳା ଦାବି କରିଛନ୍ତି ା ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲା ଉପସଭାପତି ଦିଲୀପ କୁମାର ପାଣିଗ୍ରାହୀ, ଗଞ୍ଜାମ ଜୋନ୍‌ ଯୁବ ବିଜେଡି ସଭାପତି ନଚିକେତା ସ୍ବାଇଁ, ବ୍ଲକ ସଭାପତି ରାଜେଶ ପଟ୍ଟନାୟକ, ବରିଷ୍ଠ ନେତା ନନ୍ଦ ବିଷୋୟୀ, ଅନିଲ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଅପରାହ୍ନରେ ବିଧାୟକ ପାଢୀ ନିଜ ବାସଭବନରେ ଖବରଦାତା ସମ୍ମିଳନୀ କରି ଅଡିଓ ତାଙ୍କୁ ବଦନାମ କରିବା ଲାଗି ଏକ ହିନ ଚକ୍ରାନ୍ତ ବୋଲି ପ୍ରକାଶ କରିଛନ୍ତି। ଲିଜ୍‌ଧାରୀଦ୍ୱୟ ବାଲିଘାଟ ଦେବାକୁ ନିର୍ବାଚନମଣ୍ଡଳୀର ଲୋକଙ୍କଠାରୁ ଅନେକ ଲକ୍ଷ ଟଙ୍କା ନେଇ ପରେ ସେମାନଙ୍କୁ ବିଜେଡି ନାଁ ନେଇ ହଇରାଣ କରୁଥିବା ଅଭିଯୋଗ ଆସିଥିଲା। ସେମାନଙ୍କ ପଇସା ତୁରନ୍ତ ଫେରାଇବା ଲାଗି ଲିଜଧାରୀଙ୍କୁ ଫୋନ କରି କହିଥିବା ଘଟଣାକୁ ଏଭଳି ରୂପ ଦିଆଯାଉଥିବା ବିଧାୟକ ପାଢ଼ୀ ପ୍ରକାଶ କରିଛନ୍ତି ା ଜନସାଧାରଣଙ୍କ ତାଙ୍କ ପ୍ରତି ଯେଉଁ ଆସ୍ଥା ରହିଛି ତାକୁ କେହି କ୍ଷୁର୍ଣ୍ଣ କରିପାରିବେ ନାହିଁ। ପୂର୍ବତନ ବିଧାୟିକା ତାଙ୍କ ବୋହୂଙ୍କ ନାମରେ ବାଲିଘାଟ ଲିଜ ନେଇଛନ୍ତି ା
ମୋ ପରିବାରର କାହା ନାମରେ ସେମିତି ଲିଜ ତାଲିକା ନାହିଁ ା
ଭାଇରାଲ ଅଡିଓ ସମ୍ମାନହାନୀ କରିଥିବା ନେଇ ଆବଶ୍ୟକ ପଡିଲେ ଆଇନର ଆଶ୍ରୟ ନେବେ ବୋଲି ବିଧାୟକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ପରେ ବନ୍ୟା ପରିସ୍ଥିତି: ଲୋକଙ୍କ ଘରେ ପଶିଲା ପାଣି

ଭଦ୍ରକ, ୨୬।୧୦(ସନାତନ ରାଉତ): ବାତ୍ୟା ଦାନା ପ୍ରଭାବରେ ଗୁରୁବାର ଓ ଶୁକ୍ରବାର ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହର...

ପତିତପାବନ ବାନାରେ ପଡିଲା ଶୂନ୍ୟଗଣ୍ଠି: ଜାଣନ୍ତୁ ଏହା କ’ଣ, କାହିଁକି ପଡେ

ପୁରୀ,୨୬ା୧୦(ଅଜିତ୍‌ କୁମାର ମହାନ୍ତି):ବାତ୍ୟା ‘ଦାନା’ ପ୍ରଭାବରେ ପୁରୀରେ ବୁଧବାର ରାତିରୁ ବର୍ଷା ଆରମ୍ଭ ହୋଇଥିଲା। ଗୁରୁବାର ଦିନତମାମ ବର୍ଷା ଲାଗିରହିଥିବାବେଳେ ସନ୍ଧ୍ୟାରେ ପବନର ବେଗ ବଢିଥିଲା।...

ଆଜିଠୁ ନନ୍ଦନକାନନ ଖୋଲିବ

ତ୍ରିଶୂଳିଆ,୨୬।୧୦(ତୁଷାରକାନ୍ତ ବେହେରା):ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନକୁ ୨୪ ଓ ୨୫ ତାରିଖ ୨ ଦିନ ବନ୍ଦ ରଖାଯାଇଥିଲା। ଶନିବାରଠାରୁ ପୁଣି...

ଧନୁଯାତ୍ରା ପୂର୍ବରୁ ତେଜୁଛି ଦାବି:ବିବାଦୀୟଙ୍କୁ ମହୋତ୍ସବରୁ ବାଦ୍‌ ଦିଆଯାଉ

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ୨ମାସ ୧ସପ୍ତାହ ବାକି ରହିଲା। ଏପର୍ଯ୍ୟନ୍ତ ମହୋତ୍ସବକୁ ନେଇ ଧନୁଯାତ୍ରା କମିିଟିର ସାଧାରଣ...

ଗର୍ଜିଲେ ସ୍ବଚ୍ଛକର୍ମୀ: ମିଳିନି ୪ ମାସର ଦରମା

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅଧୀନରେ କାର୍ଯ୍ୟରତ ସ୍ବଚ୍ଛକର୍ମୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ପାରିଶ୍ରମିକ ମିଳି ନ ଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଗୁରୁବାର...

ରାସ୍ତାରୁ ଗଛକାଟି ସଫାକଲେ ବିଧାୟକ

ରାଜନଗର, ୨୬ା୧୦(ଭାସ୍କର ରାଉତରାୟ):ବାତ୍ୟା ଦାନା କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି। ବାତ୍ୟାର ତାଣ୍ଡବରେ ବହୁ ଗଛ ଭାଙ୍ଗିଛି। ଶୁକ୍ରବାର ସକାଳୁ ସ୍ଥାନୀୟ...

ଆଉ ୩ ଦିନ ବନ୍ଦ ରହିବ ଶିମିଳିପାଳ

ବାରିପଦା,୨୬ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ...

ପ୍ରେମିକଙ୍କୁ ଗଛରେ ବାନ୍ଧି କଲେଜ୍‌ ଛାତ୍ରୀଙ୍କୁ ଗଣବଳାତ୍କାର

ନୟାଗଡ଼/ ଭାପୁର, ୨୬।୧୦(ଲୋକନାଥ ମିଶ୍ର/ ଭରତ କୁମାର ବେହେରା):ନୟାଗଡ଼ ପୋଲିସ ଜିଲାର ଫତେଗଡ଼ ଥାନା ଅନ୍ତର୍ଗତ ପିଠାଖାଇ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri