Categories: ଜାତୀୟ

କଂଗ୍ରେସଠାରୁ ଛଅ ଗୁଣା ଅଧିକ ଗୁଗଲ ବିଜ୍ଞାପନରେ ଖର୍ଚ୍ଚ କରିଛି ଭାଜପା!

ନୂଆଦିଲ୍ଲୀ,୧୧ ।୭: ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ବିଜ୍ଞାପନ ଗୁଜରାଟର ଏକ ଖବର କାଗଜରେ ଦେଇଥିଲେ । ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଅରବିନ୍ଦ କେଜରିୱାଲ ଓ ଆମ ଆଦମୀ ପାର୍ଟିର ସମାଲୋଚନା କରିଥିଲା । ଭାଜପା କହିଥିଲା ଦିଲ୍ଲୀ ସରକାର ଦିଲ୍ଲୀବାସୀଙ୍କ ଅର୍ଥକୁ ଅନ୍ୟ ରାଜ୍ୟରେ ନିର୍ବାଚନ ଲଢିବାକୁ ଖର୍ଚ୍ଚ କରୁଛି । ହେଲେ ଏମିତି ମାମଲାରେ ସବୁ ରାଜନୈତିକ ଦଳ ଆଗରେ ଓ ନିର୍ବାଚନ ପାଇଁ ଅନ୍ୟରାଜ୍ୟରେ ପଇସା ଖର୍ଚ୍ଚ କରିଥାଆନ୍ତି । ଗୁଗଲ ବିଜ୍ଞାପନ କଥା ଯଦି ବିଚାରକୁ ନିଆଯାଏ ତେବେ ଭାଜପା ଗୁଗଲ ନିର୍ବାଚନରେ ୬ ଗୁଣା ଅଧିକ ଖର୍ଚ୍ଚ କରିଥିବା ଜଣାପଡେ । ଗୁଗଲ ଟ୍ରାନ୍ସପାରେନ୍ସିର ଏକ ରିପୋର୍ଟ ଅନୁସାରେ ଭାଜପା ୨୦୧୯ରୁ ଆଜି ପର୍ଯ୍ୟନ୍ତ ୧୭.୬୩ କୋଟିର ବିଜ୍ଞାପନ ଗୁଗଲର ବିଭିନ୍ନ ପ୍ଲାଟଫର୍ମରେ ଦେଇଛି । ଯେଉଁଠି ଏହି ସମୟ ମଧ୍ୟରେ କଂଗ୍ରେସ କେବଳ ୩ କୋଟି ଟଙ୍କା ଦେଇଥିବା ଜଣାପଡିଛି । ଅର୍ଥାତ୍ ଭାଜପା କଂଗ୍ରେସଠାରୁ ପାଖାପାଖି ୬ ଗୁଣା ଅଧିକ ଖର୍ଚ୍ଚ କରିଛି ।

Share