Categories: ଜାତୀୟ

୩ ବିଧାୟକଙ୍କ ଇସ୍ତଫା ପରେ ସଙ୍କଟରେ ହିମାଚଳ ସରକାର

ଶିମଲା,୨୨।୩: ହିମାଚଳ ପ୍ରଦେଶରେ ଶୁକ୍ରବାର ଏକ ବଡ ଧରଣର ରାଜନନୈତିକ ଓଲଟପାଲଟ ଦେଖିବାକୁ ମିଳିଛି। ଏପରିକି ପ୍ରଦେଶରେ ଏକପ୍ରକାର କ୍ଷମତା କନ୍ଦଳ ଦେଖାଦେଇଛି। ରାଜ୍ୟସଭା ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ ଭୋଟ ଦେଇଥିବା ୩ଜଣ ସ୍ବାଧୀନ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ୨୫ ଦିନ ପରେ ହିମାଚଳ ଫେରିଥିବା ୩ ସ୍ବାଧୀନ ବିଧାୟକ ବିଧାନସଭା ସଚିବଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ହମୀରପୁର ସଦରରୁ ସ୍ବାଧୀନ ବିଧାୟକ ଆଶିଷ ଶର୍ମା, ନାଲାଗଡ ବିଧାୟକ କେ.ଏଲ୍‌ ଠାକୁର ଏବଂ ଦେହରା ବିଧାୟକ ହୋସିଆର ସିଂ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେମାନେ ଇସ୍ତଫା ଦେବାକୁ ଯିବା ବେଳେ ସେମାନଙ୍କ ସହ ହିମାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଉପସ୍ଥିତ ଥିଲେ।

ଅନ୍ୟପକ୍ଷେ ସମାନ ମାମଲାରେ କଂଗ୍ରେସ ୬ ଦଳୀୟ ବିଧାୟକଙ୍କୁ ସସ୍‌ପେଣ୍ଡ କରିଛି। ସସ୍‌ପେଣ୍ଡ ହୋଇଥିବା ବିଧାୟକଙ୍କ ଆସନରେ ଜୁନ ପହିଲାରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ହେବ । ଏପରିକି ଇସ୍ତଫା ଦେଇଥିବା ୩ ବିଧାୟକଙ୍କ ଆସନରେ ମଧ୍ୟ ଉପ ନିର୍ବାଚନ ହୋଇପାରେ ।

Share