ହିଞ୍ଜିଳିରେ ତେଜିଲା ରାଜନୈତିକ ହିଂସା: ସମିତି ସଭ୍ୟଙ୍କୁ ମରଣାନ୍ତକ ଆକ୍ରମଣ

ହିଞ୍ଜିଳିକାଟୁ ,୧୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବ୍ଲକ ତଥା ବେଲଗାଁ ଥାନା ଅନ୍ତର୍ଗତ ଦୟାପଲ୍ଲୀ ପଞ୍ଚାୟତରେ ଶୁକ୍ରବାର ରାଜନୈତିକ ହିଂସା ଦେଖା ଦେଇଛି। ସମିତି ସଭ୍ୟ ଇପିଲି ରାଜାରାଓଙ୍କୁ ତାଙ୍କର ବିପକ୍ଷ ଗୋଷ୍ଠୀର ଜଣେ ବ୍ୟକ୍ତି ଶୁକ୍ରବାର ଆକ୍ରମଣ କରିଛନ୍ତି। ଆକ୍ରମଣରେ ଗୁରୁତର ଆହତ ସମିତି ସଭ୍ୟ ଇପିଲି ରାଜାରାଓଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତାଙ୍କର ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ଘଟଣା ପରେ ଦୟାପଲ୍ଲୀ ଗାଁରେ ଉତେଜନା ପ୍ରକାଶ ପାଇଛି।

ପ୍ରକାଶ ଯେ, ସମିତି ସଭ୍ୟ ଇପିଲି ରାଜାରାଓ ଶୁକ୍ରବାର ମଧ୍ୟାହ୍ନରେ ବାଇକରେ ପଳାସି ଗାଁରୁ ଦୟାପଲ୍ଲୀ ନିଜ ଘରକୁ ଫେରୁଥିଲେ। ଦୟାପଲ୍ଲୀ ଗାଁ ନିକଟରେ ବିପକ୍ଷ ଗୋଷ୍ଠୀର ଜଣେ ଯୁବକ ମାରଣାସ୍ତ୍ରରେ ସମିତିସଭ୍ୟ ଇପିଲି ରାଜା ରାଓଙ୍କୁ ଆକ୍ରମଣ କରିଥିଲେ। ଅନ୍ୟ ପକ୍ଷରେ ଗୁରୁତର ଅବସ୍ଥାରେ ସମିତି ସଭ୍ୟ ଇପିଲି ରାଜାରାଓଙ୍କୁ ପରିବାର ଲୋକେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା ପାଇଁଁ ଭର୍ତ୍ତି କରିଛନ୍ତି।

Share