ଖଲ୍ଲିକୋଟ ପରେ ପୋଲସରାରେ ରାଜନୈତିକ ହିଂସା: ଫୁଟିଲା ଗୁଳି, ଜଣେ ଗୁରୁତର

ପୋଲସରା,୧୬।୫: ନିର୍ବାଚନ ଭିତରେ ତେଜୁଛି ନିର୍ବାଚନୀ ହିଂସା। ଖଲ୍ଲିକୋଟ ଭଳି ପୋଲସରାରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା । ପୋଲସରାରେ ବି ଫୁଟିଛି ଗୁଳି । ପୋଲସରା ତୋଟାସାହିର ଜଣଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳିମାଡ ହୋଇଛି । ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ସ୍ଥାନାନ୍ତର କରାଯାଇଛି ।

ଖଲ୍ଲିକୋଟ ହିଂସାକାଣ୍ଡକୁ କେଇ ଘଣ୍ଟା ବିତି ନ ଥିବାବେଳେ ପୁଣି ପୋଲସରାରୁ ଆସିଛି ଏପରି ରାଜନୈତିକ ହିଂସା କାଣ୍ଡ । ଖଲ୍ଲିକୋଟ ହିଂସା ମାମଲାରେ ୮ଜଣଙ୍କୁ ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି । ତେବେ ପୋଲସରାରେ ଘଟିଥିବା ଗୁଳିକାଣ୍ଡକୁ ନେଇ ଏବେ ସୁଦ୍ଧା ଅଧିକ ସୂଚନା ମିଳିପାରିନାହିଁ।

Share