ଯୋଡ଼ାରେ ରାଜନୈତିକ ହିଂସା, ୩ ଆହତ

କେନ୍ଦୁଝର,୧୪ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ାରେ ନିର୍ବାଚନୀ ହିଂସାକାଣ୍ଡ ଘଟି ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ରାଜନୈତିକ ବିବାଦକୁ ନେଇ ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଓ ବର୍ତ୍ତମାନର ବିଧାୟକ ମିନାକ୍ଷୀ ମହାନ୍ତଙ୍କ ସମର୍ଥକଙ୍କ ମଧ୍ୟରେ ଏହି ମାରପିଟ୍‌ ହୋଇଥିଲା। ଉଭୟ ଯୋଡା ବ୍ଲକ ପଳସା ପଞ୍ଚାୟତରେ ସରପଞ୍ଚ, ସଭ୍ୟ, ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ଦେଇଥିବା ଜଣାପଡ଼ିଛି। ସୋମବାର ପ୍ରଚାର ସମୟରେ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ। ପୋଲିସ ଘଟଣା ଉପରେ ନଜର ରଖିଥିବା ବେଳେ ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି।

Share