Advertisement

ଇଡିର ସମନକୁ ‘ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ’ କହିଲେ କେଜ୍‌ରିଓ୍ବାଲ, ଭାଜପାର ଅନୁରୋଧ କ୍ରମେ…

ନୂଆଦିଲ୍ଲୀ,୨।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗୁରୁବାର ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ପଚରାଉଚରା ଲାଗି ହାଜର ହେବାକୁ ସମନ କରାଯାଇଛି। ୬ ମାସ ପୂର୍ବେ ସିବିଆଇ ଏହି ମାମଲାରେ କେଜ୍‌ରିଓ୍ବାଲଙ୍କୁ ପ୍ରାୟ ୯ ଘଣ୍ଟା ଧରି ପଚରାଉଚରା କରିଥିଲା। ଏବେ ପୁଣି ଇଡିର ସମନକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କେଜ୍‌ରିଓ୍ବାଲ କହିଛନ୍ତି।

ଅନୁସନ୍ଧାନକାରୀ ସଂସ୍ଥାକୁ ଦେଇଥିବା ଉତ୍ତରରେ କେଜ୍‌ରିଓ୍ବାଲ କହିଛନ୍ତି, ଭାଜପାର ଅନୁରୋଧ କ୍ରମେ ତାଙ୍କୁ ସମନ ପଠାଯାଇଛି। ତାଙ୍କୁ ୪ ରାଜ୍ୟରେ ପ୍ରଚାର କରିବାରୁ ରୋକିବା ଲାଗି ଇଡି ନୋଟିସ ପଠାଯାଇଛି। ଏଣୁ ତୁରନ୍ତ ନୋଟିସ୍‌କୁ ପ୍ରତ୍ୟାହାର କରାଯାଉ ବୋଲି ସେ ଇଡିକୁ ଅନୁରୋଧ କରିଛନ୍ତି।

ପ୍ରକାଶ ଯେ, ଏହି ମାମଲାରେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଚଳିତ ବର୍ଷ ଫେବୃୟାରୀରେ ଗିରଫ କରାଯାଇଥିଲା। ଚଳିତ ସପ୍ତାହ ଆରମ୍ଭରେ କୋର୍ଟ ତାଙ୍କର ଜାମିନ ଆବେଦନ ଖାରଜ କରିଥିଲେ। ସିବିଆଇ ଏପ୍ରିଲରେ କେଜ୍‌ରିଓ୍ବାଲଙ୍କୁ ମଧ୍ୟ ଏହି ମାମଲାରେ ପଚରାଉଚରା କରିଥିଲା। ଏହି ସମୟରେ ତାଙ୍କୁ ପ୍ରାୟ ୫୬ ପ୍ରଶ୍ନ ପଚରାଯାଇଥିଲା। ତେବେ ପଚରାଉଚରା ପରେ କେଜ୍‌ରିଓ୍ବାଲ ସମ୍ପୂର୍ଣ୍ଣ ମାମଲାକୁ ମନଗଢ଼ା ଏବଂ ଏଏପିକୁ ମୂଳପୋଛ କରିବାର ପ୍ରୟାସ ବୋଲି କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share