କଥାରେ ଅଛି ପ୍ରେମ ବୟସ ଦେଖି ହୁଏନା, କୌଣସି ବନ୍ଧନ ମାନେନା। ଭାରତୀୟ ରାଜନୀତିରେ ଏଭଳି କିଛି ରାଜନେତା ଅଛନ୍ତି ସେମାନେ ନିଜ ଜୀବନସଙ୍ଗିନୀଙ୍କଠାରୁ ବୟସରେ ବହୁତ ବଡ଼। ଆସନ୍ତୁ ସେଭଳି କିଛି ରାଜନେତାଙ୍କୁ ଜାଣିବା, ଯେଉଁମାନେ ପତ୍ନୀଙ୍କଠାରୁ ବହୁତ ବଡ଼ ଅଥବା ଛୋଟ..
ଜେଡିଏସ୍ ନେତା ଏଚ୍ଡି କୁମାରସ୍ବାମୀ ତାଙ୍କ ପତ୍ନୀ ରାଧିକା କୁମାରସ୍ବାମୀଙ୍କଠାରୁ ୨୭ ବର୍ଷ ବଡ଼। ଯେଉଁ ବର୍ଷ କୁମାରସ୍ବାମୀ ପ୍ରଥମ ବିବାହ କରିଥିଲେ, ସେହି ବର୍ଷ ରାଧିକା ଜନ୍ମଗ୍ରହଣ କରିଥିଲେ।
ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଦିଗ୍ବିଜୟ ସିଂ ୨୦୧୫ରେ ଦ୍ୱିତୀୟ ବିବାହ କରିଥିଲେ। ସାମ୍ବାଦିକା ଅମୃତା ରାୟଙ୍କୁ ସେ ବିବାହ କରିଥିଲେ। ତେବେ ଉଭୟଙ୍କ ମଧ୍ୟରେ ୨୫ ବର୍ଷର ଅନ୍ତର ରହିଛି।
ଲୋକ ଜନଶକ୍ତି ପାର୍ଟିର ରାମ ବିଳାସ ପାସଓ୍ବାନ ୧୯୮୩ରେ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କ ସ୍ତ୍ରୀ ରିମା ଶର୍ମା ତାଙ୍କଠାରୁ ୧୯ ବର୍ଷ ସାନ।
ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବିଡି ଦେବୀ ତାଙ୍କଠାରୁ ୧୧ ବର୍ଷ ସାନ।
ମହାରାଷ୍ଟ୍ରର ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସ୍ତ୍ରୀ ଅମୃତାଙ୍କଠାରୁ ୯ ବର୍ଷ ବଡ଼।