ଅମରଙ୍କ ବିସ୍ଫୋରକ ବୟାନ: ଆଗକୁ ବହୁତ କିଛି ଘଟିବାକୁ ଯାଉଛି, କେବଳ BJP ନୁହେଁ…

ଭୁବନେଶ୍ୱର,୧୫।୧୦: ବିଜେଡ଼ିରେ ନ ଥିବା କହି ଚର୍ଚ୍ଚାର ପରିସରକୁ ଆସିଥିବା ଅମର ପ୍ରସାଦ ଶତପଥୀ ମଙ୍ଗଳବାର ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଆଗକୁ ଓଡ଼ିଶା ରାଜନୀତିରେ ଅନେକ ଘଟଣା ଘଟିବାକୁ ଯାଉଥିବା ସେ କହିଛନ୍ତି। ଏହାଛଡ଼ା ଭାଜପା ନେତା ରାମଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିକୁ ନେଇ ସେ ପ୍ରତିକ୍ରିୟା ରଖି କେବଳ ଭାଜପା ନୁହେଁ ଅନ୍ୟ ଦଳ ବି ଯୋଗାଯୋଗରେ ଥିବା କହିଛନ୍ତି।

ଅମର କହିଛନ୍ତି, ମୁଁ ଦେଇଥିବା ମନ୍ତବ୍ୟକୁ ବହୁ ବିଜେଡି ବନ୍ଧୁ ସମର୍ଥନ କରୁଛନ୍ତି। ସେମାନେ ଖୋଲାଖୋଲି କହୁନାହାନ୍ତି । କିନ୍ତୁ ସେମାନଙ୍କ ଇଚ୍ଛା ଦଳ ସଜଡ଼ା ଯାଉ। ଭାଜପା ପରିସ୍ଥିତିର ସୁବିଧା ନେଇଛି । ଭାଜପା ଲୋକଙ୍କ ସମର୍ଥନ ପାଉଛି । ଆଗକୁ ଯିବାକୁ ବର୍ତ୍ତମାନ ଭାଜପା ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଛି। ରାଜନୈତିକ ଦୃଶ୍ୟପଟ୍ଟରେ ଆଗକୁ ଅନେକ ଘଟଣା ଘଟିବାକୁ ଯାଉଛି ବୋଲି ଅମର ପ୍ରସାଦ ଶପଥୀ କହିଛନ୍ତି ।

ଏହାଛଡ଼ା ଦଳ ଛାଡ଼ିବା ପ୍ରସଙ୍ଗରେ ଅମର କହିଛନ୍ତି, ମୁଁ ବିଜେଡିରେ ନାହିଁ। ମୁଁ ଏବେ ସ୍ବାଧୀନ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନାହିଁ। ସେଠାରେ ମୋର ଆବଶ୍ୟକତା ନଥିବା ଅନୁଭବ କରି ନବୀକରଣ କରିନାହିଁ। ସଭ୍ୟପଦ ନେଇନି ମାନେ ମୁଁ ଟେକ୍ନିକାଲି ବିଜେଡିରେ ନାହିଁ। ଦିନ ଥିଲା ମୁଁ ବିଜେଡିରେ ଟିକେଟ ବାଣ୍ଟୁଥିଲି। ଏବେ କିଛି ଦିନ ହେଲା ମୁଁ ସକ୍ରିୟ ରାଜନୀତିରୁ ନିବୃତ ରହିଛି। ଲେନିନ୍‌ଙ୍କ ଅପରିପକ୍ୱତା ପ୍ରତି ମୋର ଦୟା ଆସୁଛି। ମୋର କୌଣସି ପୁତୁରା ଭାଜପାକୁ ଯାଇ ନାହାନ୍ତି। ସେ ନାଁ କହିଲେ ଭଲ ହେବ। ଭାଜପା ସହ ଅନେକ ଦଳ ମୋ ସହ ଯୋଗାଯୋଗରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତ: ଦୁଇ ଶିଶୁଙ୍କ ସମେତ ୫ ଆହତ

ରାମଗିରି,୨୨ା୪(ବୃନ୍ଦାବନ ଗୌଡ଼): ଆର.ଉଦୟଗିରି ବ୍ଲକ ଅନଘା ପଞ୍ଚାୟତ ଅନ୍ତର୍ଗତ ତୁବୁରୁସିଂ ଗ୍ରାମରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଥିଲା। ଏଥିରେ ୨ ଶିଶୁଙ୍କ ସମେତ ୫...

ଅଂଶୁଘାତରେ ନିର୍ବାହୀ ଅଧିକାରୀ ଗୁରୁତର

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ପିଇଓ କାଳିଆ ମଲ୍ଲିକ ମଙ୍ଗଳବାର ଅଂଶୁଘାତରେ ଗୁରୁତର...

ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର, ୨୨।୪: ଆସନ୍ତାକାଲି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା। ଅପ୍ରେଲ ୨୩ ତାରିଖ ଠାରୁ ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି...

୮ ବର୍ଷ ପରେ ପୁଅକୁ ଖୋଜି ପାଇଲେ ମା’

ମୋହନା,୨୨ା୪ମନ୍ମଥ ମିଶ୍ର): ମା’ର ମମତା ଅନନ୍ୟ। ସେ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ସନ୍ତାନକୁ ଝୁରି ହୋଇଥାଏ। ଗଜପତି ଜିଲା ପାରଳାଖେମୁଣ୍ଡି ମୋହନା...

ବିଶ୍ବ ଧରିତ୍ରୀ ଦିବସ ପାଳିତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଶିଳ୍ପ ତାଲିମ କେନ୍ଦ୍ର ରେ ମଙ୍ଗଳବାର ବିଶ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏଥିରେ ପରିବେଶବିତ୍ ଶୁଳପାଣି ଶତପଥି...

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ଦାବି

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ବିଶ୍ବହିନ୍ଦୁ ପରିଷଦ ଓଡ଼ିଶା ପ୍ରଦେଶର ଆହ୍ବାନକ୍ରମେ ବିଶ୍ବହିନ୍ଦୁ ପରିଷଦ ଭଞ୍ଜନଗର ଶାଖା ପକ୍ଷରୁ ମଙ୍ଗଳବାର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଭଞ୍ଜନଗର ଉପଜିଲାପାଳ...

ପହଲଗାମ୍‌ରେ ଆତଙ୍କୀ ହମ୍‌ଲା: ଓଡ଼ିଆ ଯୁବକ ମୃତ

ନୂଆଦିଲ୍ଲୀ,୨୨।୪: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲାର ପହଲଗାମ୍‌ରେ ମଙ୍ଗଳବାର ଆତଙ୍କବାଦୀଙ୍କ ଆକ୍ରମଣରେ ଓଡ଼ିଶାର ପ୍ରଶାନ୍ତ ଶତପଥୀ ନାମକ ଯୁବକ ମୃତ୍ୟୁ ବରଣ କରିଛନ୍ତି। ସେ ପତ୍ନୀ ପ୍ରିୟଦର୍ଶିନୀଙ୍କ...

ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀରୁ ମିଳିଲା ବୃଦ୍ଧାଙ୍କ ମୃତଦେହ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୨ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image