ମାଗଣା ଚାଉଳକୁ ନେଇ ବଢ଼ିଲା ରାଜନୀତି

ଭୁବନେଶ୍ବର,୬ା୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ବର୍ଷେ ପର୍ଯ୍ୟନ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ବଣ୍ଟନ କଥାକୁ ନେଇ ଏବେ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ରାଜ୍ୟ ଗସ୍ତରେ ଆସିଥିବା ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆଗରୁ ଯେପରି କେନ୍ଦ୍ର ଯୋଜନାକୁ ହଡ଼ପ କରି ରାଜ୍ୟ ସରକାର ବାହାବା ନେଇଯାଉଥିଲେ ସେ ପରିସ୍ଥିତି ଆଉ ଏବେ ନାହିଁ। ମୋଦି ସରକାର ମାଗଣା ଚାଉଳ ଦେଉଥିବା କଥା ସମସ୍ତେ ଜାଣିଲେଣି ବୋଲି କେନ୍ଦ୍ରମନ୍ତ୍ରୀ କହିଥିବା ବେଳେ ରାଜ୍ୟ ସରକାରଙ୍କ ଘୋଷଣା ନିର୍ବାଚନକୁ ଦେଖିକି ନୁହେଁ ବୋଲି ମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ କହିଛନ୍ତି।
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାର ୩.୨୫ କୋଟି ହିତାଧିକାରୀଙ୍କୁ ମୋଦି ସରକାର ଦେଉଥିବା ମାଗଣା ଚାଉଳକୁ ରାଜ୍ୟ ସରକାର ଠିକ୍‌ ଭବେ ବିତରଣ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ କହିଛନ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଦିଆଯାଉଥିବା ଖାଦ୍ୟାନ୍ନର ୯୦ରୁ ୯୫ ଭାଗ ମୋଦି ସରକାର ଦେଉଥିବା ବେଳେ ଅବଶିଷ୍ଟ ଭାଗ ରାଜ୍ୟ ସରକାର ଦେଉଛନ୍ତି। ଏବେ ଦେଶରେ ୮୧ କୋଟି ୩୫ ଲକ୍ଷ ଲୋକଙ୍କୁ ମାଗଣାରେ ମାସକୁ ୫ କେଜି ଚାଉଳ ଦେବା ପାଇଁ କେନ୍ଦ୍ର କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି। ଓଡ଼ିଶାର ୪.୫ କୋଟି ନାଗରିକଙ୍କ ମଧ୍ୟରୁ ୩ କୋଟି ୨୫ ଲକ୍ଷ ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ପାଉଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧ ଲକ୍ଷ ୮୭ ହଜାର ମେଟ୍ରିକ ଟନ୍‌ ଚାଉଳ ପ୍ରଦାନ କରାଯାଉଛି। ବଜାର ମୂଲ୍ୟ ଅନୁସାରେ ବର୍ତ୍ତମାନ କେଜି ପିଛା ୩୭ ଟଙ୍କା ୨୮ ପଇସା ଖର୍ଚ୍ଚ ହେଉଛି। ଅର୍ଥାତ୍‌ ଏଥିପାଇଁ ମାସିକ ୭୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କେନ୍ଦ୍ର ସରକାର ବର୍ଷକୁ ପ୍ରାୟ ୮,୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ରାଜ୍ୟ ସରକାର ନିଜସ୍ବ ଯୋଜନାରେ ମାତ୍ର ୧୮୫ କୋଟି ଦେଉଛନ୍ତି। ତେବେ ବିତରଣର ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ ନ୍ୟସ୍ତ ରହିଛି। ନିର୍ଭୁଲ୍‌ ଓ ନିର୍ଦ୍ଦିଷ୍ଟ ଲାଭାର୍ଥୀଙ୍କୁ ଚାଉଳ ଦେବା ପାଇଁ ଚାଉଳ ବିତରଣ ପ୍ରଣାଳୀରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅନେକ ସହାୟତା ଦେଇଛନ୍ତି। ରାଜ୍ୟ ସରକାର ଉପଯୁକ୍ତ ହିତାଧିକାରୀଙ୍କୁ ଚାଉଳ ବିତରଣ କରିବା ନେଇ ଧର୍ମେନ୍ଦ୍ର ଦାବି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କେନ୍ଦ୍ରରେ କାମ ଦେଖାଇବା ବାଲା ସରକାର। ଆଗରୁ ଯେପରି ରାଜ୍ୟ ସରକାର ୧ ବା ୨ ଟଙ୍କା ଚାଉଳ ପାଇଁ ଦେଇକି ଯୋଜନାର ନାଁ ନେଇଯାଉଥିଲେ ଆଜି ସେ ପରିସ୍ଥିତି ନାହିଁ। ମୋଦି ସରକାର ପହଞ୍ଚାଉଥିବା କଥା ସମସ୍ତେ ଦେଖୁଛନ୍ତି।
ଅନ୍ୟପଟେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, କୋଭିଡ୍‌ ସମୟରେ ମଧ୍ୟ ହିତାଧିକାରୀଙ୍କୁ ମାଗଣା ଚାଉଳ ଦିଆଯାଇଥିଲା। ଏହାସହ ବିଭିନ୍ନ ସମୟରେ ମଧ୍ୟ ଦିଆଯାଉଛି। ତେଣୁ ଆବଶ୍ୟକତାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି କିପରି ମାଗଣା ଚାଉଳ ଦିଆଯିବ। ଏ ସମ୍ପର୍କରେ ଗାଇଡ୍‌ଲାଇନ ଏବଂ ଇନ୍‌ଷ୍ଟ୍ରକଶନ୍‌ ଚାଲିଛି। ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ କେବେହେଲେ କିଛି କାମ କରନ୍ତି ନାହିଁ ବୋଲି ଅତନୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri