ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି; ବିଜେଡି ଏବଂ ଭାଜପା ମଧ୍ୟରେ ବାକଯୁଦ୍ଧ

ଭୁବନେଶ୍ୱର,୧ା୯: କଟକର ରେଭେନ୍ଶା ବିଶ୍ୱବିଦ୍ୟାଳୟର ନାମ ପରିବର୍ତନ କରିବା ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନ୍ତବ୍ୟ ଦେବା ପରେ ଏହାକୁ ନେଇ ରାଜ୍ୟ ରାଜନୀତି ସକ୍ରିୟ ହୋଇଛି। ବିରୋଧୀ ବିଜେଡି କେନ୍ଦ୍ର ମନ୍ତ୍ରୀଙ୍କ ବିବୃତ୍ତିକୁ ତୀବ୍ର ସମାଲୋଚନା କରିବା ସହ ତାଙ୍କୁ ‘ରେଭେନ୍ସା’ ବ୍ରାଣ୍ଡ ନଷ୍ଟ ନକରିବାକୁ କହିଥିଲେ।

“ଓଡ଼ିଶା ଅସ୍ମିତା ବାହାନା କରି ପ୍ରଧାନ ଏପରି ବିବୃତ୍ତି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେ ଏପରି ବିବୃତ୍ତି ଦେବା ପୂର୍ବରୁ ଟିକିଏ ଇତିହାସ ପଢ଼ିଥାନ୍ତେ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାର ଉଚ୍ଚଶିକ୍ଷାରେ ଥୋମାସ ଏଡୱାର୍ଡ ରେଭେନ୍ସାଙ୍କ ଅବଦାନକୁ ପ୍ରଧାନ କଦାପି ବୁଝିପାରିବେ ନାହିଁ।

କଟକରେ ଏକ କାର୍ଯ୍ୟକ୍ରମ ସମୟରେ ପ୍ରଧାନ କହିଥିଲେ ଯେ ନାମ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି। ପ୍ରଧାନ କହିଥିଲେ ଯେ, ରେଭେନ୍ସା, ଯାହାଙ୍କ ପରେ ବିଶ୍ୱବିଦ୍ୟାଳୟର ନାମକରଣ ହୋଇଥିଲା, ସେ ୧୮୬୬ ମସିହାରେ ଓଡିଶାରେ ଯେତେବେଳେ ସେ ରାଜ୍ୟ କମିଶନର ଥିଲେ, ସେତେବେଳେ ସେ କ’ଣ କରିଥିଲେ?

“ଦୁର୍ଭିକ୍ଷରେ ଅନେକ ଓଡ଼ିଆ ଲୋକ ପ୍ରାଣ ହରାଇଥିଲେ। ରେଭେନ୍ସା କମିଶନର ଥିବାବେଳେ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ପ୍ରଶାସନିକ ବିଫଳତା କାରଣରୁ ଦଶ ଜଣଙ୍କ ମଧ୍ୟରୁ ନଅ ଜଣଙ୍କର ମୃତ୍ୟୁ ହୋଇଥିବା ‘ନଅଙ୍କ ଦୁର୍ବିକିଆ ଦୁର୍ଭିକ୍ଷ। ବ୍ରିଟିଶ କମିଶନରଙ୍କ ନାମରେ ଓଡ଼ିଶାର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ କାହିଁକି ନାମିତ ହେବ? ” ବୋଲି ପ୍ରଧାନ କହିଥିଲେ।

ତଥାପି, ସେ କହିଥିଲେ ଯେ ୧୫୬ ବର୍ଷ ପୁରୁଣା ଅନୁଷ୍ଠାନର ପରିବର୍ତ୍ତନ ହେଉଛି ତାଙ୍କର ବ୍ୟକ୍ତିଗତ ମତ।

ଅନ୍ୟପଟେ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେଇ ଭାଜପା ମୁଖପାତ୍ର ବିଶ୍ୱଲ କହିଛନ୍ତି, “ଆମେ ବିଜେଡିର କିଛି ଅଣ ଓଡିଆଙ୍କ ପାଇଁ ଲଢେଇ ଦେଖିଛୁ। ବର୍ତ୍ତମାନ, ସେମାନେ ସମସ୍ତ ସୀମା ଅତିକ୍ରମ କରି ବ୍ରିଟିଶ ଅଧିକାରୀଙ୍କ ପାଇଁ ଲଢ଼ୁଛନ୍ତି। ପ୍ରଧାନଙ୍କ ଆଭିମୁଖ୍ୟ ଗଣତାନ୍ତ୍ରିକ ଥିଲା। ଆମେ ବିଜେଡି ଭଳି କଠୋର ନିୟମ ଚଳାଉ ନାହୁଁ। ”
“ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମରେ ବିଜେଡି ଏପରିକି ଇଞ୍ଚେ ଜମି ହସ୍ତାନ୍ତର କରି ନାହିଁ। ତେବେ ସେମାନେ ବର୍ତ୍ତମାନ କି ପ୍ରକାର ପ୍ରେମ ଦେଖାଉଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ ବିଭାଗର ବଡ଼ ଧରଣର ଚଢ଼ାଉ: ଧରାପଡ଼ିଲେ ବାଘ ଛାଲ ରାକେଟ୍‌

ଭୁବନେଶ୍ୱର,୨୩।୧୨: ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲାରେ ସୋମବାର ବନ ବିଭାଗ ଏବଂ ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ...

ଜିନ୍ନତକୁ ଟ୍ରାଙ୍କୁଲାଇଜ ପାଇଁ ଚାଲିଛି ଉଦ୍ୟମ

ଭୁବନେଶ୍ୱର,୨୩।୧୨: ଶିମିଳିପାଳରୁ ଖସି ପଳାଇଥିବା ବାଘୁଣୀ ଜିନ୍ନତକୁ ଓଡ଼ିଶା ଫେରାଇ ଆଣିବାକୁ ବନ ବିଭାଗ କସରତ ଆରମ୍ଭ କରିଦେଇଛି। ବାଘୁଣୀ ଜିନ୍ନତ ଏବେ ପଶ୍ଚିମବଙ୍ଗ ପୁରୁଲିଆରେ...

ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡିରେ କମ୍ପନ: ମୁହଁ ଖୋଲିଲେ ଅରୁଣ ସାହୁ

ଭୁବନେଶ୍ୱର,୨୩।୧୨: ବଙ୍ଗାଳୀ ଲେଖକ ରୁବେନ ବାନାର୍ଜୀଙ୍କ ପୁସ୍ତକ ‘ନବୀନ ପଟ୍ଟନାୟକ-ଦ ଅଥରେଟିଭ୍‌ ବାୟୋଗ୍ରାଫି ରିଭାଇଜ୍‌ଡ୍‌ ଆଫ୍ଟର ୨୦୨୪ ଇଲେକ୍ସନ’କୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି।...

ଓଡ଼ିଶାର ଆଉ ଏହି ୩ଟି ସ୍ଥାନରେ ଲାଗିବ ଡପଲର ରାଡାର

ଭୁବନେଶ୍ୱର,୨୩।୧୨: ଓଡ଼ିଶାର ଆଉ ୩ଟି ସ୍ଥାନରେ ଡପଲର ରାଡାର ଲାଗିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର...

ଭୁବନେଶ୍ୱରରେ ଲେଫ୍ଟ ଫ୍ରି’ ନିୟମ ବାଟବଣା

ଭୁବନେଶ୍ୱର,୨୩ା୧୨(ସତ୍ୟଜିତ୍‌ ରାଉତ): ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍‌ ଯନ୍ତ୍ରଣା ଅସହ୍ୟ ହେଉଛି। ବିଭିନ୍ନ ସମୟରେ ଅସମ୍ଭାଳ ଭିଡ଼ ଯୋଗୁ ଲୋକେ ରାସ୍ତାରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି...

କାଲି ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ ଯୁବକ, ଆଜି ଟ୍ରେନ୍‌ ଲାଇନ୍‌ରୁ ମିଳିଲା ମୃତଦେହ

ପରଜଙ୍ଗ,୨୩ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନୁଗୋଳ-ଡ଼ୁବୁରୀ ନୂତନ ରେଳପଥର ପରଜଙ୍ଗ ରେଳ ଷ୍ଟେଶନଠାରୁ ଅଳ୍ପ ଦୂରରେ ଟ୍ରେନ୍‌ରେ କଟି ରବିବାର ବିଳମ୍ବିତ ରାତିରେ...

୩୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ବିକ୍ରି ପାଇଁ ହୋଇଥିଲା ଡିଲ୍‌: ମାଡ଼ିବସିଲା ବନ ବିଭାଗ

ଟିଟିଲାଗଡ଼,୨୩।୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବନାଞ୍ଚଳ ଅଧୀନ ବର୍ଣ୍ଣେଇ ରିଜର୍ଭ ଜଙ୍ଗଲରୁ ଏକ ବଜ୍ରକାପ୍ତା ଧରି ବିକ୍ରି କରୁଥିବା ବେଳେ ବନ ବିଭାଗ ହାତରେ...

ପାଟଣାଗଡ଼ ପାର୍ସଲ ବୋମା ମାମଲା: ଆଜି ସାକ୍ଷୀ ଦେବେ କି ଅରୁଣ ବୋଥ୍ରା

ବଲାଙ୍ଗୀର,୨୩ା୧୨: ବଲାଙ୍ଗୀର ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ମାମଲାରେ ସୋମବାର ପାଟଣାଗଡ଼ ଏଡିଜେ କୋର୍ଟରେ ସାକ୍ଷ୍ୟ ଗହଣ କରାଯିବ। ଏହି ଘଟଣାରେ ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଚ ଏଡିଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri