ରାଜନୀତିରେ ଚହଳ, ବିଧାନସଭାରୁ ସବୁ କଂଗ୍ରେସ ବିଧାୟକ ନିଲମ୍ବିତ

ଭୁବନେଶ୍ୱର,୨୬।୩: ଧାରଣାରୁ ଉଠି ପୁଣି ଗର୍ଜିଛି କଂଗ୍ରେସ । ପ୍ରତିବାଦବେଳେ ବୁଧବାର ବିଧାନସଭାର ଘେରିଛନ୍ତି ବିରୋଧୀ କଂଗ୍ରେସ । ଖାଲି ସେତିକି ନୁହେଁ ସବୁଠୁ ରୋଚକ ଦୃଶ୍ୟ ହେଉଛି କଂଗ୍ରେସ ଓ ବିଜେଡି ମିଶି ବିଧାନସଭା ଘେରିଛନ୍ତି। ବିଧାନସଭା ବାହାରେ ଏକାଠି ହୋଇଯାଇଛି ବିରୋଧୀ ବିଜେଡି-କଂଗ୍ରେସ। ବିଜେଡି ନେତାମାନେ ମିଶିଯିବା ପରେ ବିଧାନସଭା ଗେଟ ଭିତରକୁ ଧସେଇ ପଶିଛନ୍ତି ବିରୋଧୀ। ଏହାସହ ବିଧାନସଭା ପରିସରରେ ଥିବା ବ୍ୟାରିକେଡ ଭାଙ୍ଗିଦେଇଛନ୍ତି ବିଜେଡି ଓ କଂଗ୍ରେସ ବିଧାୟକ।

ଏହାରି ଭିତରେ ବଡ଼ ଖବର ସାମ୍ନାକୁ ଆସିଛି। କଂଗ୍ରେସ ବିଧାୟକ ତାରା ବାହିନୀପତି ଓ ରମେଶ ଜେନା ସସପେଣ୍ଡ ହୋଇଛନ୍ତି। ଗୃହରୁ ୭ ଦିନ ପାଇଁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି। ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ବିଧାୟକ ସସ୍ପେଣ୍ଡ। ବାଚସ୍ପତିଙ୍କ ତାଗିଦ ସତ୍ତ୍ବେ ଉଭୟ ବିଧାୟକ ଗୃହରେ ଘଣ୍ଟ ପିଟିଥିଲେ। ପୂର୍ବରୁ ତାରାଙ୍କୁ ସପ୍ତାହକ ପାଇଁ ନିଲମ୍ବନ କରାଯାଇଥିବାବେଳେ ଆଜି ପୁଣିଥରେ ତାଙ୍କୁ ନିଲମ୍ବନ କରାଯାଇଛି।  ଗତକାଲି କଂଗ୍ରେସର ୧୨ ବିଧାୟକ ଓ ଆଜି ୨ ବିଧାୟକ ସସ୍ପେଣ୍ଡ ହୋଇଛନ୍ତି। ବର୍ତ୍ତମାନ ବିଧାନସଭାରୁ କଂଗ୍ରେସର ସମସ୍ତ ୧୪ ବିଧାୟକ ନିଲମ୍ବିତ ହୋଇଛନ୍ତି।

କଂଗ୍ରେସର ୧୨ ଜଣ ସଦସ୍ୟଙ୍କୁ ବାଚସ୍ପତି ମଙ୍ଗଳବାର ୭ଟି କାର୍ଯ୍ୟଦିବସ ଲାଗି ଗୃହରୁ ନିଲମ୍ବନ କରିବା ପରେ ଏହାକୁ ନେଇ ରାଜନୀତି ତେଜିଛି। କଂଗ୍ରେସ ନେତା ଓ କର୍ମୀମାନେ ଏକାଠି ହୋଇ ଜୋର୍‌ଦାର ପ୍ରତିବାଦ କରିବା ଆରମ୍ଭ କରିଦେଇଛନ୍ତି। ଏପରିକି କଂଗ୍ରେସର ବରିଷ୍ଠ  ନେତା ତଥା ପୂର୍ବତନ ବିଧାୟକମାନେ ଦଳୀୟ ବିଧାୟକଙ୍କୁ ସମର୍ଥନ ଜଣାଇ ବିଧାନସଭା ବାହାରେ ହଙ୍ଗାମା କରିଛନ୍ତି। ଅନ୍ୟପଟେ କଂଗ୍ରେସର ଏପରି ଆଚରଣକୁ ଭାଜପା ନିନ୍ଦା କରିଥିବା ବେଳେ ଶାସକ ଦଳ ଉପରେ ବର୍ଷିଛନ୍ତି ବିରୋଧୀ।
ଭାଜପା ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, କଂଗ୍ରେସ ସଦସ୍ୟମାନେ ଦୀର୍ଘଦିନ ହେଲା ଯେଉଁ ଆଚରଣ କଲେ ଏଥିରେ ବିଧାନସଭା କାର୍ଯ୍ୟରେ ବାଧା ସୃଷ୍ଟି ହେଲା।  ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଚସ୍ପତି ବାଧ୍ୟ ହୋଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ଯୁକ୍ତିଯୁକ୍ତ। ବିଧାନସଭାରେ କ’ଣ ଦାବି ରଖାଯାଇପାରେ, ତାହା ବିଧିବିଧାନରେ ଥିବା କଥା। ସେମାନେ ମହିଳା ନିର୍ଯାତନା ନେଇ ଗୃହ କମିଟି କରିବାକୁ ଦାବି କଲେ । ସେମାନେ ସେହି ଦାବିକରି ବାରମ୍ବାର ଗୃହ କାର୍ଯ୍ୟରେ ବାଧା ସୃଷ୍ଟିକଲେ। ତେଣୁ ବାଚସ୍ପତିଙ୍କ ପାଖରେ ଅନ୍ୟ ଉପାୟ ନ ଥିଲା ବୋଲି ଜୟନାରାୟଣ କହିଛନ୍ତି।
ବିଜେଡି ବିଧାୟକ ଅରୁଣ କୁମାର ସାହୁ କହିଛନ୍ତି, ଦୀର୍ଘଦିନ ଧରି ଏଠି ବିଧାନସଭା ଚାଲୁ ନାହିଁ। ସେଠି ଘଣ୍ଟ, ଘଣ୍ଟି, ତୁରି, କାହାଳି ବାଜୁଛି। ଯଦି କଂଗ୍ରେସ ସଦସ୍ୟମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ନେଲେ ଆଗୁଆ କାହିଁକି ନେଇପାରୁ ନ ଥିଲେ। ଯଦି ସରକାର କହିବେ ବାଧ୍ୟହୋଇ ନିଷ୍ପତ୍ତି ନେଲୁ, ତେବେ ଏତେଦିନ କାହିଁକି ଲାଗିଲା। କଂଗ୍ରେସର ଦାବିକୁ ମାନିଯାଇଥାଆନ୍ତେ। ଏପଟେ ଗୃହ କମିଟି କଲେ ନାହିଁ, ସେପଟେ ବିଧାନସଭାର ପୂରା ସମୟ ଧୋଇଗଲା। ସରକାରଙ୍କ ଅପାରଗତା ଯୋଗୁ ଏଭଳି ହୋଇଛି। ଯେହେତୁ କର୍ନାଟକରେ କଂଗ୍ରେସ ସରକାରରେ ରହିଛି ଏବଂ ସେଠାରେ ଭାଜପାର ୫୦ ଜଣ ସଦସ୍ୟଙ୍କୁ ୬ ମାସ ପାଇଁ ବହିଷ୍କାର କରାଯାଇଛି, ତେଣୁ ଏଠାରେ ତା’ର ପ୍ରତିଫଳନ ଦେବାକୁ ଏଭଳି କରିଛନ୍ତି। ଓଡ଼ିଶା ବିଧାନସଭାରେ ଆଲୋଚନା ହେବା ଦରକାର। ତେଣୁ ଭାଜପା ସରକାର ନିଜର ଅପାରଗତାପଣିଆକୁ ପ୍ରମାଣ କରୁଛନ୍ତି। ବିଜେଡି ଶାସନ ସମୟରେ ଏଭଳି କାର୍ଯ୍ୟାନୁଷ୍ଠାନ ହେଉ ନ ଥିଲା। ଏବେ ଭାଜପା ସରକାରରେ ବିରୋଧୀଙ୍କୁ ଆଲୋଚନାରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳୁନାହିଁ। ଯଦି କଂଗ୍ରେସ ମହିଳା କଥା କହୁଛି, ଗୃହ କମିଟି କରିବାରେ ଅସୁବିଧା କ’ଣ ରହିଛି ବୋଲି ଅରୁଣ କହିଛନ୍ତି।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ସମ୍ପୂର୍ଣ୍ଣ ଭାବେ କଂଗ୍ରେସକୁ ଡରି ଏପରି ନିଲମ୍ବନ କରାଯାଇଛି। କଂଗ୍ରେସର ସଂଖ୍ୟା କମ୍‌ ଥିଲେ ମଧ୍ୟ ସ୍ବର ବହୁ ଜୋର୍‌ ରହିଛି, ସେଥିଲାଗି ଏଭଳି କାର୍ଯ୍ୟାନୁଷ୍ଠାନ। ଏହା ଗଣତନ୍ତ୍ରକୁ ହତ୍ୟା, ବିଧାନସଭାର ଇତିହାସରେ ଏହା କେବେ ନ ଥିଲା। ଭାଜପା ଏବଂ ମୋହନ ମାଝୀଙ୍କ ସରକାର ଯେଉଁ ଇତିହାସ ଲେଖିଛନ୍ତି ସେଥିରେ ଏହା ଲିପିବଦ୍ଧ ହୋଇରହିବ। ଏ ଅନ୍ୟାୟକୁ କଂଗ୍ରେସ ବରଦାସ୍ତ କରିବ ନାହିଁ। ନିଲମ୍ବିତ କଲେ ବି ଆମେ ଡରିବୁ ନାହିଁ ବରଂ ଲଢ଼ିବୁ। ଭାଜପା ବିରୋଧୀ ଦଳରେ ଥିଲାବେଳେ ଯାହା କରୁଥିଲା ସେତେବେଳେ କ’ଣ ସବୁ ଶୋଭନୀୟ ଥିଲା । ସେମାନେ ବି ବିରୋଧୀ ଦଳରେ ଥିବାବେଳେ ଡାଲି, ଜୋତା ଆଦି ବାଚସ୍ପତିଙ୍କ ଉପରକୁ ଫିଙ୍ଗୁଥିଲେ। କଂଗ୍ରେସ ତା’ର ଆଭିମୁଖ୍ୟ ନେଇ ଲଢ଼ିବ। ୨୭ରେ ବିଧାନସଭା ଘେରାଉ ହେବାକୁ ଥିବାରୁ ରାଜ୍ୟ ସରକାର ଡରି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ସେ କହିଛନ୍ତି।
ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ କହିଛନ୍ତି, ବିଧାନସଭା ମଧ୍ୟରେ ସୁରକ୍ଷା କର୍ମୀ ଓ ଭାଜପା ବିଧାୟକମାନେ ମିଳିତ ଭାବେ କଂଗ୍ରେସ ବିଧାୟକମାନଙ୍କୁ ଆକ୍ରମଣ କରିବା ଦୁର୍ଭାଗ୍ୟଜନକ। ୧୨ ଜଣ ବିଧାୟକଙ୍କୁ ଗୃହରୁ ନିଲମ୍ବନ କରାଯାଇ ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଭାଜପା ସରକାର ଲୋକ ପ୍ରତିନିଧିମାନଙ୍କୁ ସମ୍ମାନ ନ ଦେବା ଏକଚ୍ଛତ୍ରବାଦ ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

OPSC ପରିଚାଳିତ ପରୀକ୍ଷାରେ ପୁଣି ତ୍ରୁଟି ଅଭିଯୋଗ

କଟକ,୩୦ା୩: OPSC ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ରରେ ପୁଣି ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପ୍ରଶ୍ନରେ ତ୍ରୁଟି ଥିବା ଅଭିଯୋଗ କରିଛନ୍ତି...

ବନ୍ଦ ଘରୁ ମିଳିଲା ଯୁବତୀ-ଯୁବକଙ୍କ ମୃତଦେହ

ମୁରିବାହାଲ,୩୦।୩: ବଲାଙ୍ଗୀର ଜିଲା ମୁରିବାହାଲ ଥାନା ସେମିଲପାଲି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଏକ ବନ୍ଦ ଘରୁ ଯୁବତୀ ଏବଂ ଯୁବକଙ୍କ...

ଏଣିକି ଜିଲାଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ହେବ: ମୁଖ୍ୟମନ୍ତ୍ରୀ

ଭଞ୍ଜନଗର,୩୦ା୩(ବାବୁଲା ପ୍ରଧାନ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭବାନୀପାଟଣାର ରିଶିଗାଁ ଠାରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟର...

ଫୋନ୍‌ କରି ପାଖକୁ ଡାକି ଭାଜପା କର୍ମୀଙ୍କୁ ଗୁଳି କଲେ ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ

କବିସୂର୍ଯ୍ୟନଗର,୩୦ା୩(କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଆଠଗଡ଼ ପାଟଣା ଜନୈକ ଭାଜପା କର୍ମୀଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ ଅତି ନିକଟରୁ ହୋଇଥିବା ଜଣାପଡ଼ିଛି।କପାଳକୁ ଗୋଟିଏ ରାଉଣ୍ଡ...

Train derail: କାମାକ୍ଷା ଏକ୍ସପ୍ରେସ୍‌ ଲାଇନଚ୍ୟୁତ ପରେ ଫସି ରହିଛନ୍ତି ଯାତ୍ରୀ, କରାଗଲା ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା

ଚୌଦ୍ୱାର,୩୦।୩: କଟକ ଜିଲା ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ରବିବାର କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଛି। ଏହି ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ...

କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ: ଜଣେ ଯାତ୍ରୀ ମୃତ, ୭ ଆହତ

ଚୌଦ୍ୱାର,୩୦ା୩: କଟକ ଜିଲା ମଙ୍ଗୁଳି ନିକଟ ନିର୍ଗୁଣ୍ଡିଠାରେ ରବିବାର ମଧ୍ୟାହ୍ନରେ କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନ୍‌ଚ୍ୟୁତ ହେବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୭...

କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ଘଟଣା: ହେଲ୍ପଲାଇନ ନମ୍ବର ଜାରି କଲା ପୂର୍ବତଟ ରେଳପଥ

ଚୌଦ୍ୱାର,୩୦ା୩: ରବିବାର ମଧ୍ୟାହ୍ନରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ ଲାଇନ୍‌ଚ୍ୟୁତ ହେବା ପରେ ହେଲ୍ପଲାଇନ୍‌ ନମ୍ବର ଜାରି କରିଛି ପୂର୍ବତଟ ରେଳପଥ। କଟକ ପାଇଁ ହେଲ୍ପ ଲାଇନ୍‌ ନମ୍ବର-...

ବଦଳିଲା ଅନେକ ଟ୍ରେନ୍‌ର ଗତିପଥ

ଚୌଦ୍ୱାର,୩୦।୩: କଟକ ଜିଲା ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ରବିବାର କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ୧୧ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ଏକାଧିକ ଯାତ୍ରୀ ଆହତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image