Categories: ଜାତୀୟ

ବର୍ଷିଲେ ସ୍ମୃତି ଇରାନୀ,କେସିଆରଙ୍କ ପାଇଁ ରାଜନୀତି ଏକ ସର୍କସ…

ହାଇଦ୍ରାବାଦ୍‌, ୨।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାଛୋଟି ନେବାକୁ ଆସି ନଥିବାରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କୁ ଭାଜପାର କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ ଟାର୍ଗେଟ କରିଛନ୍ତି। ରାଜନୀତି କେସିଆର୍‌ଙ୍କ ପାଇଁ ଏକ ସର୍କସ ବୋଲି ସ୍ମୃତି କହିଛନ୍ତି।

କେସିଆର୍‌ ଜଣେ ବ୍ୟକ୍ତିଙ୍କର ଅପମାନ କରି ନାହାନ୍ତି। ସେ ଏକ ସଂସ୍ଥାନର ଅପମାନ କରିଛନ୍ତି। ସେ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରିଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା କାର୍ଯ୍ୟକାରିଣୀରେ ଯୋଗଦେବାକୁ ହାଇଦ୍ରାବାଦରେ ପହଞ୍ଚିଥିଲେ।

ପୋଟ୍ରୋକଲ ଅନୁସାରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେବାର ଥିଲା। ମାତ୍ର କେସିଆର୍‌ ଆସି ନଥିଲେ। ଜଣେ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେବାକୁ ପଠାଯାଇଥିଲା। କିନ୍ତୁ ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ପାଛୋଟି ନେବାକୁ କେସିଆର୍‌ ବିମାନ ବନ୍ଦରରେ ସମସ୍ତ ମନ୍ତ୍ରୀଙ୍କ ସହିତ ପହଞ୍ଚିଥିଲେ। ଏଭଳି କାର୍ଯ୍ୟ ନେଇ ସ୍ମୃତି କେସିଆର୍‌ଙ୍କ ଉପରେ ବର୍ଷିଛନ୍ତି।

Share