ପୁରୀ ଅଫିସ,୨୮ା୫: ଶ୍ରୀମନ୍ଦିର ଚାରିପାଖ ସୌନ୍ଦର୍ଯ୍ୟକରଣ ହେଉ ମହାପ୍ରଭୁଙ୍କ ଇଚ୍ଛା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ ଶନିବାର ଗଣମାଧ୍ୟମକୁ ଏପରି କହିଛନ୍ତି ପୁରୀ ଏମ୍ପି ପିନାକୀ ମିଶ୍ର।
ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ବିରୋଧୀଙ୍କ କାମ ଅଭିଯୋଗ କରିବା ଓ ବିରୋଧ କରିବା। ଗୋଟିଏ ସ୍ତରରେ ନିଜର ସ୍ବାର୍ଥ ପାଇଁ ରାଜନୀତି ହେଉଛି। ମହାପ୍ରଭୁଙ୍କ ନାଁରେ ମଧ୍ୟ ରାଜନୀତି ହେଉଛି। ଏଥିରେ ମୁଁ କିଛି କହିବାକୁ ଚାହୁଁନି। ଲୋକେ ତା’ର ସଠିକ ଜବାବ ଦେବେ। ଆମସାର ଆକ୍ଟ ହେଉ କି ଏଏସ୍ଆଇ ଦୃଷ୍ଟି କୋଣରୁ, ଏ ସବୁ ଘଟଣା ବିଚାରାଧୀନ ଅଛି। କାମ ଆଇନ ଅନୁସାରେ ହେଉଛି ନା ବେଆଇନ ଭାବେ ହେଉଛି, ତାହା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଅଛି। ଯାହା କୋର୍ଟଙ୍କ ଆଦେଶ ଆସିବ ତାକୁ ସମସ୍ତେ ମାନିବା ଉଚିତ୍।