Advertisement

ବଦଳୁଛି ଉଦଳା ରାଜନୀତି

ଉଦଳା(ସନ୍ତୋଷ କୁମାର ବାଛିନି)/ ଭୁବନେଶ୍ୱର,୯ା୨(ଅନୁରାଧା ମହାରଣା): ବଦଳିବାରେ ଲାଗିଲାଣି ଉଦଳା ରାଜନୀତିର ଗଣିତ। ଦିନକ ପୂର୍ବରୁ ଉଦଳା ବ୍ଲକ ଚେୟାରମ୍ୟାନ ବିଜେଡି ଛାଡ଼ି ଭାଜପାରେ ମିଶିଥିବା ବେଳେ ପୁଣି ଶନିବାର ବିଜେଡିର ହାତ ଛାଡିଛନ୍ତି ସରପଞ୍ଚ ଓ କର୍ମୀ। ଭୁବନେଶ୍ୱରସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଉଦଳା ବିଧାୟକ ଭାସ୍କର ମଢେଇଙ୍କ ଉପସ୍ଥିତିରେ ଉଦଳା ବ୍ଲକ ବହୁବନ୍ଧ ପଞ୍ଚାୟତ ସରପଞ୍ଚ ସୂର୍ଯ୍ୟନାରାୟଣ ମୁର୍ମୁ, ସମିତି ସଭ୍ୟ କାଞ୍ଚନି ପାତ୍ରଙ୍କ ସମେତ ୱାର୍ଡ ମେମ୍ବର ସରସ୍ବତୀ ମୁର୍ମୁ, ହେମଲତା ମୁର୍ମୁ, ସନିଆ ମଢେଇ, ପୂର୍ବତନ ୱାର୍ଡ ମେମ୍ବର ଲିଲୋ ଚନ୍ଦ୍ର ବିନ୍ଧାଣି, ବ୍ରଜ ମୋହନ ହୋ, ରଘୁନାଥ ସିଂଙ୍କ ସମେତ ନାରୀନେତ୍ରୀ ଶାନ୍ତିଲତା ମୁର୍ମୁ, ମାନସ ରଞ୍ଜନ ଦାସ, ଶେଖ ଅଞ୍ଜୁମ ହୁସେନ, ଦିତିକାନ୍ତ ପାତ୍ର, ଗୌରମୋହନ ସିଂ, ରତିକାନ୍ତ ପାତ୍ର, ଚୁରିଆ ସୋରେନ, ଗୋପାଳ ସୋରେନ, ଲକ୍ଷ୍ମଣ ମହନ୍ତ, ସାଲଖାନ ମୁର୍ମୁ, ରବିନ୍ଦ୍ର ଦେହୁରୀ, ଯଦୁନାଥ ପାତ୍ର, ଶଶୀଧର ଦେହୁରୀ ଶନିବାର ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ଭାଜପାର ବରିଷ୍ଠ ନେତା ବିଭୂତି ଭୂଷଣ ମହାନ୍ତ, ବିଜୟ ସେନାପତିଙ୍କ ସମେତ ବହୁ ବରିଷ୍ଠ ଭାଜପା କର୍ମୀ ଉପସ୍ଥିତ ଥିଲେ। ୨ ଦିନ ମଧ୍ୟରେ ଅଚାନକ ବିଜେଡି ଛାଡ଼ି ଭାଜପାରେ କର୍ମୀ ଓ ଜନ ପ୍ରତିନିଧି ମିଶିବା ଆଗାମୀ ପଞ୍ଚାୟତ ନିର୍ବାଚନ ଗଣିତ ବଦଳାଇବ ବୋଲି ଆଲୋଚନା ଜୋର ଧରିଛି।

Share