ମୋହନ-ନବୀନଙ୍କ ପୂଜାମଣ୍ଡପ ବୁଲାକୁ ନେଇ ରାଜନୀତି

ଭୁବନେଶ୍ୱର, ୧୨।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ବୁଲିଛନ୍ତି। ଏହାପରେ ଭାଜପା ଓ ବିଜେଡି ମଧ୍ୟରେ ରାଜନୈତିକ ଲଢ଼େଇ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପୂଜାମଣ୍ଡପ ବୁଲାକୁ ନେଇ ମେୟର ସୁଲୋଚନା ଦାସ କରିଛନ୍ତି, ପୂଜାରେ ବୁଲିବାରେ କିଛି ଅସୁବିଧା ନାହିଁ। ହେଲେ ଏବେ ମଧ୍ୟ ଜନମାନସର ନେତା ହେଉଛନ୍ତି ନବୀନ। ଏବେ ବି ନବୀନବାବୁଙ୍କ କ୍ରେଜ୍‌ କମିନାହିଁ ବୋଲି ସୁଲୋଚନା କହିଛନ୍ତି। ଏହାର କଡ଼ା ପ୍ରତିକ୍ରିୟା ରଖି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କାହାର କେତେ କ୍ରେଜ୍‌ ରହିଛି, ତାହା ୨୦୨୪ ସାଧାରଣ ନିର୍ବାଚନରେ ଜଣାପଡ଼ିଯାଇଛି। ଯିଏ ୨୪ ବର୍ଷ ଧରି ବୁଲୁ ନ ଥିଲେ, ସେ ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ମଣ୍ଡପ ବୁଲୁଥିବା ଶୁଣି ବୁଲୁଛନ୍ତି। ଯିଏ ରାବଣପୋଡ଼ି ଯାଇ ନ ଥିଲେ, ସେ ଏବେ ରାଜନୈତିକ ପ୍ରତିନ୍ଦ୍ୱନ୍ଦ୍ୱିତା କରି ବୁଲୁଛନ୍ତି। କାହାର କେତେ କ୍ରେଜ୍‌ ରହିଛି, ତାହା ୨୦୨୪ ନିର୍ବାଚନ ଫଳାଫଳ ପରେ ଜଣାପଡ଼ିଯାଇଛି ବୋଲି ପୃଥ୍ବୀରାଜ କହିଛନ୍ତି। ସେପଟେ ନବୀନ ପ୍ରଥମେ ରସୁଲଗଡ଼ ପୂଜାମଣ୍ଡପ ବୁଲିବା ସହ ମାଆଙ୍କ ଆଶିଷ ନେଇଛନ୍ତି। ଏହାପରେ ଶହୀଦନଗର ଏବଂ ପରେ ବଡ଼ଗଡ଼ ପୂଜାମଣ୍ଡପ ଯାଇ ମାଆଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ସେ ସମସ୍ତଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ଆଗରେ ସ୍ତ୍ରୀଙ୍କ ଗଳା କାଟିଦେଲେ ସ୍ବାମୀ, ଆଉ ତା’ ପରେ…

କାଲିମେଳା,୧୬ା୧୦(ଜୀବନକୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମ୍‌ପିଭି ୨୩ ଗ୍ରାମରେ ବୁଧବାର ସକାଳେ ଜଣେ ମହିଳାଙ୍କ ଗଳାକୁ ତାଙ୍କ ସ୍ବାମୀ ଛୋଟ ଝିଅ...

୫ ବର୍ଷର ସାବତ ପୁଅକୁ କୂଅରେ ପକାଇ ହତ୍ୟା କଲା ମା’

ସୁନ୍ଦରଗଡ଼,୧୬ା୧୦: ୫ ବର୍ଷର ସାବତ ପୁଅକୁ କୂଅରେ ପକାଇ ହତ୍ୟା କରିଛି ମା’। ଏଭଳି ଅମାନବୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲାର ଲାଠିକଟା ଅଞ୍ଚଳରେ। ଏକ...

କଟକ ବାଲିଯାତ୍ରାରେ ଏଥର ବଲିଉଡ୍‌ ନାଇଟ୍‌, ଆକର୍ଷଣ ପାଲଟିବେ ଏହି ବଡ଼ ଷ୍ଟାର୍‌

କଟକ,୧୬ା୧୦(ଶିଳ୍ପା ପ୍ରିୟଦର୍ଶିନୀ): ଏଥର କଟକ ବାଲିଯାତ୍ରାରେ ହେବ ବଲିଉଡ୍‌ ନାଇଟ୍‌ ଶୋ’ । ଏନେଇ କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି। ଜିଲାପାଳଙ୍କ...

ପୁରୀ ସହରକୁ ଜଗିବ ସିସିଟିଭି

ପୁରୀ,୧୬ା୧୦: ପୁରୀ ପାଇଁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ସିସିଟିଭି ଯୋଜନା। ଶ୍ରୀମନ୍ଦିର, ବଡ଼ଦାଣ୍ଡ, ସମୁଦ୍ରକୂଳ, ସମସ୍ତ ପ୍ରବେଶ ପଥରେ ସିସିଟିଭି ଲାଗିବ। ଏନେଇ ରାଜ୍ୟ ସରକାରଙ୍କୁ...

ଆଇନମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ହଟିବ ଅଦରକାରୀ…

ଭୁବନେଶ୍ୱର,୧୬ା୧୦: ରାଜ୍ୟ ସରକାର ଖୁବ୍‌ଶୀଘ୍ର ଲ-ରିଭିଜନ କମିଶନ ଗଠନ କରିବେ। କମିଶନ ଗଠନ ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଅପ୍ରାସଙ୍ଗିକ ଓ ଅଦରକାରୀ...

ଗଞ୍ଜାମ ବିଜେଡିରେ ଚହଳ: ଏମପି ପ୍ରାର୍ଥୀ ରଂଜିତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଲତିକା, ଭାଜପା ସହ ହାତ ମିଳାଇ…

ଗଞ୍ଜାମ ବିଜେଡିରେ ହଲଚଲ। ଆସ୍କା ଏମପି ପ୍ରାର୍ଥୀ ରଂଜିତା ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ଲତିକା ପ୍ରଧାନ। ସେ କହିଛନ୍ତି,...

କାହିଁକି ବିଜେଡି ଛାଡୁଛନ୍ତି ନେତା, ଭିତିରି କଥା କହିଦେଲେ ସନ୍ତୃପ୍ତ

ଭୁବନେଶ୍ୱର,୧୬।୧୦: ବିଜେଡି ନେତା ଦଳ ଛାଡିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସନ୍ତୃପ୍ତ...

ସନ୍ତୃପ୍ତ ମିଶ୍ରଙ୍କ ବୟାନକୁ ନେଇ ଓଡ଼ିଶା ରାଜନୀତିରେ ହଲଚଲ, ଯୋଗାଯୋଗରେ ବହୁ ଭାଜପା ନେତା…

ଭୁବନେଶ୍ୱର,୧୬।୧୦: ବିଜେଡି ନେତା ଦଳ ଛାଡିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଜାତୀୟ ମୁଖପାତ୍ର ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସନ୍ତୃପ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri