ଗଦାଗଦା ମୃତଦେହକୁ ନେଇ ରାଜନୀତି: ତାଲିକାରୁ ୩,୯୫୧ ମୃତକଙ୍କ ପତ୍ତା ମିଳୁନି…

ପାଟନା,୧୦।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ବିହାରରେ ସରକାର ମୃତକଙ୍କ ସଂଖ୍ୟା ଲୁଚାଉଥିବା ଅଭିଯୋଗ ହୋଇଛି। ରାଜ୍ୟରେ କରୋନା ମହାମାରୀ ଯୋଗୁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବାବେଳେ ଶାସକ ଏବଂ ବିରୋଧୀ ଗଦାଗଦା ମୃତଦେହକୁ ନେଇ ରାଜନୀତି ଆରମ୍ଭ କରିଛନ୍ତି। ସରକାରୀ ତାଲିକାରେ ଜୁନ୍‌ ୭ ସୁଦ୍ଧା ମୃତକଙ୍କ ସଂଖ୍ୟା ୫,୪୨୪ ରହିଛି। ତେବେ ଏହା ଭୁଲ୍‌ ବୋଲି ଅଭିଯୋଗ ହୋଇଛି। ପ୍ରକୃତ ମୃତକଙ୍କ ସଂଖ୍ୟା ୯,୩୭୫ ଥିବା କୁହାଯାଉଛି। ତାଲିକାରୁ ୩,୯୫୧ ମୃତକଙ୍କ ପତ୍ତା ମିଳୁନି। ମେ’ ୧୭ରେ ହାଇକୋର୍ଟଙ୍କ ତାଗିଦ୍‌ ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ମୃତକଙ୍କ ଗଣତି ନୂଆ ପ୍ରକାରେ ଆରମ୍ଭ କରଥିଲେ। ମେ’ ୧୮ଠାରୁ ଏହା ଆରମ୍ଭ ହୋଇଥିଲା। ତେବେ ବି ହିସାବ ଭୁଲ୍‌ ହୋଇଥିବା ବିରୋଧୀ ଦଳଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ସରକାର ଜାଣିଶୁଣି ମୃତ୍ୟୁ ସଂଖ୍ୟା ଲଚାଉଥିବା କଂଗ୍ରେସ ପକ୍ଷରୁ ପ୍ରେମଚାନ୍ଦ୍‌ ମିଶ୍ରା କହିଛନ୍ତି। ନୀତୀଶ ସରକାର ୭୦ ପ୍ରତିଶତ ମୃତକଙ୍କ ସଂଖ୍ୟା ଲୁଚାଇଥିବା ସେ ଅଭିଯୋଗ କରିଛନ୍ତି।

Share