ଜବରଦଖଲ ଉଚ୍ଛେଦକୁ ନେଇ ରାଜନୀତି ସରଗରମ

ଗଞ୍ଜାମ,୨।୭(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଦୀର୍ଘ ୭୦ ବର୍ଷରୁ ଊର୍ଦ୍ଧ୍ୱ ହେବ ରହି ଆସିଥିବା ପୂଜକ କନ୍ଧ ଶତପଥୀଙ୍କ ବାରିପଟ ଘର ସରକାରୀ ଜାଗାରେ ଥିବା ଦର୍ଶାଇ ପ୍ରଶାସନ ପକ୍ଷରୁ ଶନିବାର ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ପରିବାର ଲୋକଙ୍କ ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ପରେ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି।

ଏପରି କି ସ୍ଥାନୀୟ ଅଞ୍ଚଳବାସୀ ତହସିଲଦାରଙ୍କୁ ଲିଖିତ ଭାବେ ୭ ଦିନ ସମୟ ମାଗିଛନ୍ତି। ଅନ୍ୟପକ୍ଷେ ଆସନ୍ତା ୫ ତାରିଖରେ ପୁଣି ଘର ଭଙ୍ଗାଯିବା ଲାଗି ଶତପଥୀଙ୍କ ପାଖକୁ ଆଉ ଏକ ନୋଟିସ ଆସିଥିବା ଜଣାପଡିଛି l ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି।

ଏପରିକି ଉଚ୍ଛେଦ ଘଟଣାକୁ ସହରରେ ରାଜନୀତି ସରଗରମ ହୋଇଛି। ପୂଜକଙ୍କୁ ସହଯୋଗ କରୁଥିବା ଆଳରେ କିଛି ଗୋଷ୍ଠୀ ଏହାକୁ ନେଇ ରାଜନୀତି କରୁଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ଉଚ୍ଛେଦ କାର୍ଯ୍ୟକୁ ରାଜନୀତିକରଣ ନ କରି ପୂଜକଙ୍କୁ ସହଯୋଗ କରିବାକୁ ସ୍ଥାନୀୟ ବାସିନ୍ଦା କହିଛନ୍ତି।

Share