ନବ ଦାସଙ୍କ ପୁଅଙ୍କୁ ନେଇ ତେଜିଲା ରାଜନୀତି

ଝାରସୁଗୁଡ଼ା,୧୧।୧(ଆଶିଷ ରଞ୍ଜନ ଦାଶ)”ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳଙ୍କୁ ନେଇ ସ୍ଥାନୀୟ ରାଜନୀତି ଜୋର ଧରିଛି। ଜିଲାର କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟକୁ ନେଇ ୧୪ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଛତିଶଗଡ଼ ହୋଟେଲରେ ରଖାଯାଇଥିଲା। ସେହି ହୋଟେଲରେ ଭଙ୍ଗାରୁଜା ଅଭିଯୋଗରେ ବିଶାଳ ଓ ତାଙ୍କ ସହଯୋଗୀଙ୍କୁ ସରେଇପାଲି ଥାନା ପୋଲିସ ଅଟକ ରଖିଥିଲା। ଏଥିସହ ପଞ୍ଚାୟତ ସମିତି ଅନାସ୍ଥା ଭୋଟ ବାତିଲକୁ ନେଇ ବିଜେଡି ଭାଜପା ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି।
ପ୍ରଶାସନ ପକ୍ଷରୁ ଶୁକ୍ରବାର ହେବାକୁ ଥିବା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ହେଲେ କୌଣସି ସଭ୍ୟାସଭ୍ୟ ନ ଆସିବାରୁ ଦାୟିତ୍ୱରେ ଥିବା ଅଧିକାରୀ ଭୋଟ ବାତିଲ କରିଥିଲେ। ଏହାର ପ୍ରତିବାଦ କରି ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ତାଙ୍କ କର୍ମୀ ଜିଲାପାଳ ଅଫିସ ଘେରାଉ କରିଥିଲେ। ଏହା ସହିତ ଅନାସ୍ଥା ପ୍ରସ୍ତାବ ଭୋଟର ପୁନଃ ବିଚାର ପାଇଁ ଦାବିପତ୍ର ଦେଇଥିଲେ। ଅତିରିକ୍ତ ଜିଲାପାଳ ଦାବିପତ୍ର ଗ୍ରହଣ କରି ପଞ୍ଚାୟତ ଆଇନ ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ। ଜିଲା ଭାଜପା ସଭାପତି ସୁନୀଲ ପଣ୍ଡା କହିଛନ୍ତି, କିର୍ମିରା ପଞ୍ଚାୟତ ସମିତିର କିଛି ସମିତି ସଭ୍ୟଙ୍କ ନିଖୋଜ ନେଇ ସେମାନଙ୍କ ପରିବାର ପକ୍ଷରୁ ଲଇକେରା ଥାନାରେ ୮ ତାରିଖରେ ମାମଲା ରୁଜୁ ହୋଇଥିଲା। ପୋଲିସ ଏହି ଘଟଣାର ତଦନ୍ତ କରି ସେମାନଙ୍କୁ ଧରଛି। ଧର୍ମର ଜୟ ହୋଇଛି ଅନ୍ୟାୟର ପରାଜୟ ହୋଇଛି ବୋଲି ସୁନୀଲ କହିଛନ୍ତି। ଅପରପକ୍ଷେ ଦୀପାଳି କହିଛନ୍ତି, କିର୍ମିରା ପଞ୍ଚାୟତ ସମିତି ଅନାସ୍ଥା ଭୋଟ ବନ୍ଦ କରିବା ଭାଜପା ଓ ପୋଲିସର ଏକ ସୁଚିନ୍ତିତ ଯୋଜନା। ଆଗକୁ ଏହାର ଜବାବ ଦିଆଯିବା ସହିତ ହାଇକୋର୍ଟର ଦ୍ୱାରସ୍ଥ ହେବୁ ବୋଲି ଦୀପାଳି କହିଛନ୍ତି। ପଞ୍ଚାୟତ ଆଇନ ଅନୁଯାୟୀ ଅନାସ୍ଥା ପ୍ରସ୍ତାବ ଭୋଟ ଆଗକୁ ଏକ ବର୍ଷ ପର୍ଯ୍ୟନ୍ତ ହୋଇପାରିବ ନାହିଁ ବୋଲି ଉପଜିଲାପାଳ ସବ୍ୟସାଚୀ ପଣ୍ଡା କହିଛନ୍ତି।
ଅନ୍ୟପକ୍ଷରେ ବିଶାଳ ଦାସଙ୍କ ମାଝିପାଲିସ୍ଥିତ ହୋଟେଲରେ ଗୁରୁବାର ଝାରସୁଗୁଡ଼ା ପୋଲିସର ଚଢ଼ାଉ ପରେ ବିଶାଳ ଆଇଜି ହିମାଂଶୁ ଲାଲଙ୍କୁ ଭେଟି ଏହାର ତଦନ୍ତ ଦାବି କରିଥିଲେ।
ଛତିଶଗଡ଼ ମହାସମୁନ୍ଦ ଜିଲା ସରେଇପାଲିର ଏକ ହୋଟେଲରେ କିର୍ମିରା ପଞ୍ଚାୟତ ସମିତିର ବିଜେଡି ସମର୍ଥିତ ୧୪ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଝାରସୁଗୁଡ଼ା ପୋଲିସ ଠାବ କରିଥିଲା। ଏହାପରେ ସେମାନଙ୍କୁ ନେଇ ସରେଇପାଲି ପୋଲିସ ଜିମାରେ ଦେଇଥିଲା। ଏହି ଖବର ପାଇ ବିଶାଳ ତାଙ୍କ ସହଯୋଗୀଙ୍କ ସହିତ ସରେଇପାଲି ଅଭିମୁଖେ ଯାଉଥିବା ଝାରସୁଗୁଡ଼ା ପୋଲିସ ସୂଚନା ପାଇ ସେମାନଙ୍କ ଫୋନକୁ ଟ୍ରାକିଂ କରି ପିଛା କରିଥିଲା। ତେବେ ଉକ୍ତ ହୋଟେଲରେ ପହଞ୍ଚତ୍ ବିଶାଳ ଓ ତାଙ୍କ ସହଯୋଗୀ ଭଙ୍ଗାରୁଜା କରିବା ନେଇ ହୋଟେଲ ମାଲିକ ସରେଇପାଲି ଥାନାରେ ଅଭିଯୋଗ କରିଥିଲେ। ଝାରସୁଗୁଡ଼ା ପୋଲିସ ସେହି ହୋଟେଲରେ ପହଞ୍ଚତ୍ବାବେଳକୁ ସେଠାରେ ସରେଇପାଲି ପୋଲିସ ପହଞ୍ଚତ୍ ସାରିଥିଲା। ଉଭୟ ଥାନା ପୋଲିସ ମିଳିତ ଭାବେ ଚଢାଉ କରି ବିଶାଳ ଓ ତାଙ୍କ ସହଯୋଗୀଙ୍କୁ ଧରିବା ପରେ ସରେଇପାଲି ଥାନାକୁ ନେଇ ଅଟକ ରଖିଥିଲା।
ପରେ ସମସ୍ତଙ୍କୁ ବେଲ୍‌ ବଣ୍ଡରେ ଛଡ଼ାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମ୍ପୃକ୍ତ ପଞ୍ଚାୟତ ପ୍ରତିନିଧିଙ୍କ ସୁରକ୍ଷିତ ମୁକ୍ତି ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri