ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ। ତିନି ରାଜନୈତିକ ଦଳଙ୍କ ପ୍ରାର୍ଥୀ ତାଲିକାରେ ଏପରି ପ୍ରସ୍ତୁତ କରୁଛନ୍ତି ଯେପରି ଯୁବ ଭୋଟର ଆକର୍ଷିତ ହେବେ । ରାଜ୍ୟରେ ୩.୩୨ କୋଟି ହେଉଛନ୍ତି ଭୋଟର । ୭ ଲକ୍ଷ ୫୪ ହଜାର ରହିଛନ୍ତି ନବାଗତ ଭୋଟର । ତିନି ଦଳରେ ପ୍ରମୁଖ ନେତାଙ୍କ ସ୍ଥାନରେ ଯୁବପ୍ରାର୍ଥୀ ଦେଇ ତିନି ଦଳ ଚମକାଇ ଦେଇଛନ୍ତି ।

ସାଗର ଦାସ ( ଭବାନୀପାଟଣା ବିଧାନସଭା), ୟାସିର ନୱାଜ (ଭୁବନେଶ୍ୱର ଲୋକ ସଭା), ସିଦ୍ଧାର୍ଥ ସ୍ବରୂପ ଦାସ (କେନ୍ଦ୍ରାପଡା ଲୋକ ସଭା), ଦେବସ୍ମିତା ଶର୍ମା (ଆଳି ବିଧାନସଭା), ଲିପିକା ମାଝି (ଡାବୁଗାଁ ବିଧାନସଭା) । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏ ହେଉଛନ୍ତି କଂଗ୍ରେସର ଯୁବ ବ୍ରିଗେଡ । ଯେଉଁମାନଙ୍କୁ ଆଗକୁ ଆଣି କଂଗ୍ରେସ ଯୁବ ଭୋଟରଙ୍କୁ ନିଜ ଭୋଟ ବ୍ୟାଙ୍କରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି । ଦଳରେ ଅନେକ ନେତା ଦଳ ଡିଆଁ ପର୍ବରେ ସାମିଲ ହେବା ପରେ ଟିକେଟ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଯୁବ ଚେହେରାଙ୍କ ଉପରେ ଭରସା କରିଛି କଂଗ୍ରେସ ।

ସେହିପରି ସୂରଜ ସୂର୍ଯ୍ୟବଂଶୀ (ଧାମନଗର ବିଧାନସଭା), ଅଭିନନ୍ଦନ ପଣ୍ଡା (ନୂଆପଡା ବିଧାନସଭା), ଟଙ୍କଧର ତ୍ରିପାଠୀ (ଝାରସୁଗୁଡା ବିଧାନସଭା), ମାନସ ଦତ୍ତ (ବାଲେଶ୍ୱର ସଦର ବିଧାନସଭା), ଇରାଶିଷ ଆଚାର୍ଯ୍ୟ (ଭଟଲି ବିଧାନସଭା) ହୋଇଛନ୍ତି ଭାଜପାର ଏମପି ପ୍ରାର୍ଥୀ । ଦଳରେ ଅନେକ ନେତା ଥିଲେ ମଧ୍ୟ ଭାଜପା ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖିଛି ।

ଅନ୍ୟପଟେ ବିଜେଡି ମଧ୍ୟ ଦୀପାଳି ଦାସ (ଝାରସୁଗୁଡା ବିଧାନସଭା), ବର୍ଷା ସିଂହ ବରିହା (ପଦ୍ମପୁର ବିଧାନସଭା), ରୁଦ୍ର ମହାରଥୀ (ପିପିଲି ବିଧାନସଭା), ଅଙ୍କିତ ଜେନା (ମାହାଙ୍ଗା ବିଧାନସଭା), ସୁଲକ୍ଷଣା ଦେବୀ (ସାନଖେମୁଣ୍ଡି ବିଧାନସଭା), ରଞ୍ଜିତା ସାହୁ (ଆସ୍କା ଲୋକସଭା) ଭଳି ନେତାଙ୍କୁ ପ୍ରାର୍ଥୀ କରିଛି ଦଳ । ଯୁବ ଓ ମହିଳାଙ୍କ ସବୁବେଳେ ଗୁରୁତ୍ୱ ଦେଉଥିବା ଶାସକ ଦଳ ବିଜେଡି ଅନେକ ସ୍ଥାନରେ ପୁରୁଖା ନେତାଙ୍କ ସ୍ଥାନରେ ଯୁବ ଚେହେରାଙ୍କୁ ଆଗକୁ ଆଣି ଚମକାଇ ଦେଇଛି । ବଡ କଥା ହେଉଛି ବିଜୁ ଜନତା ଦଳ ୨୧ ଲୋକ ସଭା ଏବଂ ୧୨୬ ବିଧାନସଭା ଆସନ ମଧ୍ୟରୁ ୨୧ ଜଣଙ୍କ ବୟସ ୪୦ ବର୍ଷରୁ କମ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା, ହୋଇପାରୁନି ବିସର୍ଜନ

ଭୁବନେଶ୍ୱର, ୧୮ା୧୦: ଧରାପୃଷ୍ଠକୁ ଆସି ଆଇନ ଜାଲରେ ଛନ୍ଦି ହେଲେ ମା’ ଦୁର୍ଗା। ଜାଗା ବିବାଦ ପାଇଁ ଦଶହରା ପରେ ବି ହୋଇନାହାଁନ୍ତି ବିସର୍ଜିତ। ଏଭଳି...

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri