ପୋଲ୍‌କା ଡଟ୍‌ ଫ୍ୟାଶନ

ସମୟାନୁସାରେ ଫ୍ୟାଶନରେ ମଧ୍ୟ ପରିବର୍ତ୍ତନ ଆସିଥାଏ। କିନ୍ତୁ ପୋଲ୍‌କା ଡଟ୍‌ ଫ୍ୟାଶନ ହେଉଛି ଏମିତି ଏକ ଟ୍ରେଣ୍ଡ ଯାହା କେବେ ବି ଆଉଟ୍‌ ଅଫ୍‌ ଫ୍ୟାଶନ ହୁଏ ନାହିଁ। ଏହି ପ୍ରିଣ୍ଟର ଯେ କୌଣସି ଆଉଟ୍‌ଫିଟ୍‌କୁ ପିନ୍ଧିଲେ ଷ୍ଟାଇଲିଶ୍‌ ଲାଗିବା ସହ ୟୁନିକ୍‌ ଲୁକ୍‌ ମିଳିଥାଏ। ତେବେ କେବଳ ଆଉଟ୍‌ଫିଟ୍‌ ନୁହେଁ, ଏବେ ବିଭିନ୍ନ ଫ୍ୟାଶନ ଆସେସରିଜ୍‌ରେ ମଧ୍ୟ ପୋଲ୍‌କା ଡଟ୍‌ ପ୍ରିଣ୍ଟର ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି, ଯେମିତିକି…

*ପୋଲ୍‌କା ଡଟ୍‌ ବ୍ୟାଗ୍‌: ହ୍ୟାଣ୍ଡବ୍ୟାଗ୍‌ ମହିଳାମାନଙ୍କର ଏକ ଜରୁରୀ ଉପକରଣ ହୋଇଥାଏ। ସେଥିପାଇଁ ଫ୍ୟାଶନ ବଜାରରେ ଏହାର ଅନେକ ଭେରାଇଟି ଦେଖିବାକୁ ମିଳିଥାଏ। କିନ୍ତୁ ଯଦି କେହି ଷ୍ଟେଟ୍‌ମେଣ୍ଟ ପିସ୍‌ ଭାବେ ହ୍ୟାଣ୍ଡବ୍ୟାଗ୍‌କୁ ବ୍ୟବହାର କରିବାକୁ ଚାହୁଁଥାନ୍ତି, ତା’ହେଲେ ସେମାନଙ୍କ ପାଇଁ ପୋଲ୍‌କା ଡଟ୍‌ ବ୍ୟାଗ୍‌ ଏକ ଭଲ ଅପ୍ସନ ହୋଇଥାଏ। ଏବେ ମାର୍କେଟ୍‌ରେ ସ୍ମଲ୍‌ ସାଇଜ୍‌ରୁ ଆରମ୍ଭକରି ଟୋଟ୍‌ ବ୍ୟାଗ୍‌, ପୋଟ୍‌ଲି ବ୍ୟାଗ୍‌ ଏପରିକି ଓଭର୍‌ସାଇଜ୍‌ ବ୍ୟାଗ୍‌ରେ ବି ପୋଲ୍‌କା ଡଟ୍‌ ପ୍ରିଣ୍ଟ ହୋଇ ବିକ୍ରି ହେଉଥିବାର ଅନେକ ନଜିର ଦେଖିବାକୁ ମିଳୁଛି।

*ପୋଲ୍‌କା ଡଟ୍‌ ଓ୍ବାଚ୍‌: ଯଦି ଆପଣ ଅତି ଛୋଟ ଛୋଟ ପୋଲ୍‌କା ଡଟ୍‌ ପ୍ରିଣ୍ଟ ହୋଇଥିବାର କୌଣସି ଫ୍ୟାଶନ ଆସେସରିଜ୍‌କୁ ଟ୍ରାଏ କରିବାକୁ ଚାହୁଁଛନ୍ତି, ତା’ହେଲେ ପୋଲ୍‌କା ଡଟ୍‌ ଓ୍ବାଚ୍‌ ବା ଘଣ୍ଟା ଏଥିପାଇଁ ଏକ ଭଲ ଅପ୍ସନ ହୋଇପାରିବ। ଏହି ହାତଘଣ୍ଟା ଦେଖିବାକୁ ଯେମିତି ଆକର୍ଷଣୀୟ ଲାଗିଥାଏ ଏହାକୁ କ୍ୟାରି କଲେ ସେମିତି ଷ୍ଟାଇଲିଶ୍‌ ଲୁକ୍‌ ବି ମିଳିଥାଏ। ଖାସ୍‌କରି ଆଜିକାଲିର ୟଙ୍ଗ୍‌, ଷ୍ଟାଇଲିଶ୍‌ ଯୁବତୀମାନେ ଏହାକୁ ନିତ୍ୟ ବ୍ୟବହୃତ ପୋଷାକ ସାଙ୍ଗରେ ଆରାମରେ କ୍ୟାରି କରିପାରିବେ।
ପୋଲ୍‌କା ଡଟ୍‌ ହେୟାର୍‌ପିସ୍‌: ଏବେ ପୋଲ୍‌କା ଡଟ୍‌ ପ୍ରିଣ୍ଟ ହୋଇଥିବା ଅନେକ ଷ୍ଟାଇଲିଶ୍‌ ହେୟାର୍‌ପିସ୍‌ ବି ମାର୍କେଟ୍‌ରେ ଉପଲବ୍ଧ ହେଲାଣି। ଯେମିତିକି ପୋଲ୍‌କା ଡଟ୍‌ ହେୟାର୍‌ କ୍ଲିପ୍‌, ହେୟାର୍‌ ବ୍ୟାଣ୍ଡ, ହେୟାର୍‌ ସ୍କାର୍ଫ, ହେୟାର୍‌ କ୍ଲଚର୍‌ ଇତ୍ୟାଦି ଅନ୍ୟତମ। ତେବେ କେବଳ କଳାଧଳା ରଙ୍ଗର ନୁହେଁ ଏହି ପ୍ରିଣ୍ଟ ଥିବା ବିଭିନ୍ନ ରଙ୍ଗର ହେୟାର୍‌ପିସ୍‌ ବି ଏବେ ମିଳୁଛି, ଯାହାକୁ ଟ୍ରାଏ କଲେ ଷ୍ଟାଇଲିଶ୍‌ ଲାଗିବା ସହ ଯୁବତୀଙ୍କୁ ଆକର୍ଷଣୀୟ ଲୁକ୍‌ ବି ମିଳିପାରିବ।

*ପୋଲ୍‌କା ଡଟ୍‌ ସ୍କାର୍ଫ: ସ୍କାର୍ଫ ବ୍ୟବହାର କରିବା ଦ୍ୱାରା ଲୁକ୍‌ ଆହୁରି ଷ୍ଟାଇଲିଶ୍‌ ଲାଗିଥାଏ। ବିଶେଷକରି ପୋଲ୍‌କା ଡଟ୍‌ ପ୍ରିଣ୍ଟ ହୋଇଥିବା ସ୍କାର୍ଫକୁ ସିମ୍ପଲ୍‌ ଟି-ଶାର୍ଟ ଅଥବା ଟପ୍‌ ସାଙ୍ଗରେ ବ୍ୟବହାର କଲେ ବେଶ୍‌ ଭଲ ମ୍ୟାଚ୍‌ କରିଥାଏ।

*ପୋଲ୍‌କା ଡଟ୍‌ ହିଲ୍ସ: ହିଲ୍‌ର ବ୍ୟବହାର ମହିଳାମାନଙ୍କୁ ମଡର୍ନ ଲୁକ୍‌ ଦେଇଥାଏ। ଆଉ ଯଦି ସେହି ହିଲ୍‌ରେ ପୋଲ୍‌କା ଡଟ୍‌ ପ୍ରିଣ୍ଟର ବ୍ୟବହାର ହୋଇଥାଏ, ତା’ହେଲେ ଲୁକ୍‌କୁ ଏହା ଆହୁରି କ୍ଲାସି କରିଦିଏ। ଆଉଟ୍‌ଫିଟ୍‌ର ରଙ୍ଗକୁ ମ୍ୟାଚିଂ କରିବା ପାଇଁ ଏବେ ମାର୍କେଟ୍‌ରେ ବିଭିନ୍ନ ରଙ୍ଗର ତଥା ବିଭିନ୍ନ ସାଇଜ୍‌ର ପୋଲ୍‌କା ଡଟ୍‌ ପ୍ରିଣ୍ଟ ହୋଇଥିବା ହିଲ୍ସ ବି ଉପଲବ୍ଧ ହେଲାଣି।

*ପୋଲ୍‌କା ଡଟ୍‌ ନେଲ୍‌ଆର୍ଟ: ନେଲ୍‌ଆର୍ଟ ଏବେ ଏକ ଟ୍ରେଣ୍ଡି ଫ୍ୟାଶନ ଭାବେ ବେଶ୍‌ ଚାଲିଛି। ହାତକୁ ଆକର୍ଷଣୀୟ ଲୁକ୍‌ ଦେବା ପାଇଁ ନଖରେ ବିଭିନ୍ନ ଡିଜାଇନ୍‌ର ନେଲ୍‌ଆର୍ଟ କରାଯାଉଛି। ହେଲେ ପୋଲ୍‌କା ଡଟ୍‌ ନେଲ୍‌ଆର୍ଟ ଦେଖିବାକୁ ଯେମିତି ଷ୍ଟାଇଲିଶ୍‌ ଲାଗେ ହାତକୁ ସେମିତି ୟୁନିକ୍‌ ଲୁକ୍‌ ବି ଦେଇଥାଏ।

ତେଣୁ ପୋଲ୍‌କା ଡଟ୍‌ ପ୍ରିଣ୍ଟ ହୋଇଥିବା କେବଳ ଶାଢ଼ି କି ମଡର୍ନ ଆଉଟ୍‌ଫିଟ୍‌ କାହିଁକି ଉଲ୍ଲେଖିତ ଫ୍ୟାଶନ୍‌ ଆସେସରିଜ୍‌କୁ ବି ବ୍ୟବହାର କରି ଯୁବତୀମାନେ ଅତି ସହଜରେ ନିଜ ଲୁକ୍‌କୁ ଆକର୍ଷଣୀୟ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ଦମୂଳ ଖାଉଥିଲେ…

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ...

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri