Categories: ଜାତୀୟ

ବିହାର ପରେ ଗୁଜରାଟରେ ଭୁଶୁଡିଲା ପୋଲ, ତଦନ୍ତ ନିର୍ଦ୍ଦେଶ…

ଅହମଦାବାଦ,୧୪।୬ : ବିହାରରେ ପୋଲ ଭୁଶୁଡିବା ପରେ ଏବେ ଗୁଜରାଟର ତାପି ଜିଲାର ମାୟାପୁର ଏବଂ ଦେଗାମା ଗ୍ରାମକୁ ସଂଯୋଗ କରୁଥିବା ମାଣ୍ଡୋଲା ନଦୀ ଉପରେ ଥିବା ପୋଲ ଭୁଶୁଡି ପଡିଛି। ଏହି ପୋଲ ଭୁଶୁଡ଼ିବା ଦ୍ୱାରା ପ୍ରାୟ ୧୫ ଟି ଗାଁ ପ୍ରଭାବିତ ହେବା ବୋଲି କୁହାଯାଉଛି।

ଏହି ଘଟଣା ସମ୍ପର୍କରେ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ନିରାଭ ରାଠୋର କହିଛନ୍ତି ଏହି ପୋଲ ନିର୍ମାଣ କାର୍ଯ୍ୟ ୨୦୨୧ ମସିହାରେ ଆରମ୍ଭ ହୋଇଥିଲା। ଏହାକୁ ତିଆରି କରିବାରେ ମୋଟ ଦୁଇ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ବର୍ତ୍ତମାନ ବିଶେଷଜ୍ଞଙ୍କ ଅନୁସନ୍ଧାନ ପରେ ବ୍ରିଜ ଭୁଶୁଡିବାର କାରଣ ଜଣାପଡିବ।

ଏହି ଘଟଣା ସମ୍ପର୍କରେ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ନୀରବ ରାଠୋର କହିଛନ୍ତି ଏହି ପୋଲ ନିର୍ମାଣ କାର୍ଯ୍ୟ ୨୦୨୧ ମସିହାରେ ଆରମ୍ଭ ହୋଇଥିଲା। ଏହାକୁ ତିଆରି କରିବାରେ ମୋଟ ଦୁଇ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ବର୍ତ୍ତମାନ ବିଶେଷଜ୍ଞଙ୍କ ଅନୁସନ୍ଧାନ ପରେ ବ୍ରିଜ ଭୁଶୁଡିବାର କାରଣ ଜଣାପଡିବ।

ପୋଲର ୯୫ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିଲା। କିନ୍ତୁ ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପୋଲ ଭୁଶୁଡି ପଡିଛି। ତେବେ ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। ବରିଷ୍ଠ ଅଧିକାରୀମାନେ ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ପୋଲ ଭୁଶୁଡ଼ିବା ପରେ କଣ୍ଟ୍ରାକ୍ଟରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣାଯାଇଛି। ନିର୍ମାଣ ସମୟରେ କଣ୍ଟ୍ରାକ୍ଟରକୁ ଖରାପ ସାମଗ୍ରୀ ବ୍ୟବହାର କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

ଏହାପୂର୍ବରୁ ବିହାରର ଭାଗଲପୁରର ଗଙ୍ଗା ନଦୀ ଉପରେ ୧,୭୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ପୋଲ ଭୁଶୁଡି ପଡିଥିଲା। ୨୦୧୪ ମସିହାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାର ମୂଳଦୁଆ ପକାଇଥିଲେ। ଏହି ଦୁର୍ଘଟଣା ପରେ ବ୍ରିଜ ନିର୍ମାଣ ନିଗମରୁ ଏକ ରିପୋର୍ଟ ମଗାଯାଇଥିଲା।

Share