ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀମାନେ ନିଜର ଫିଟ୍ନେସକୁ ନେଇ ବେଶ୍ ସତର୍କ ରହୁଥିବାର ଦେଖାଯାଏ। ତାଙ୍କର ଏମିତି ପ୍ରଫେଶନ ଯେ ସବୁବେଳେ ଫିଟ୍ନେସର ଡିମାଣ୍ଡ ବା ଚାହିଦା ରହିବ। ଫିଟ୍ ରହିବା ପାଇଁ ଅଭିନେତ୍ରୀମାନେ ଖାଇବା ପିଇବା ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। ପ୍ରତିଦିନ ବ୍ୟାୟାମ କରିଥାନ୍ତି। କିଛି ଅଭିନେତ୍ରୀ ସକାଳୁ ଜିମ୍ ମଧ୍ୟ ଯାଇଥାନ୍ତି। କେହି କେହି ଡ୍ୟାନ୍ସ କରିଥାନ୍ତି ତ ଆଉ କେହି ଫିଟ୍ ରହିବା ପାଇଁ ପୋଲ୍ ଡ୍ୟାନ୍ସ କରିବାକୁ ପସନ୍ଦ କରିଥାନ୍ତି।
ଏମାନଙ୍କ ମଧ୍ୟରୁ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିସ୍ ହେଉଛନ୍ତି ଜଣେ ଅଭିନେତ୍ରୀ ଯିଏ କି ପୋଲ୍ ଡ୍ୟାନ୍ସ କରିବାକୁ ବହୁତ ଭଲ ପାଆନ୍ତି। ଜ୍ୟାକ୍ଲିନ ଏବେ ତାଙ୍କ ସୋସିଆଲ ମିଡିଆରେ ପୋଲ୍ ଡ୍ୟାନ୍ସର କିଛି ଫଟୋ ଶେୟାର କରିଥିବା ଦେଖିବାକୁ ମିଳିଛି। ଜ୍ୟାକ୍ଲିନ ଏହି କଳା ୩/୪ ବର୍ଷ ହେବ କରି ଆସୁଛନ୍ତି। ଏକ ଫିଲ୍ମରେ ଡ୍ୟାନ୍ସ ନମ୍ବର ପାଇଁ ଏହାକୁ ଶିଖୁଥିଲେ। ମାତ୍ର ଏହା ତାଙ୍କ ଦିନଚର୍ଯ୍ୟାର ଏକ ଅଂଶ ପାଲଟିଯାଇଛି। ପ୍ରତିଦିନ ସେ ଏହି ପୋଲ୍ ଡ୍ୟାନ୍ସ କରୁଛନ୍ତି।
ସେହିପରି ଇଶା ଗୁପ୍ତା, ମଲାଇକା ଆରୋରା, ୟାମି ଗୌତମଙ୍କ ପରି ଅନେକ ଅଭିନେତ୍ରୀ ଫିଟ୍ ରହିବା ପାଇଁ ପୋଲ୍ ଡ୍ୟାନ୍ସକୁ ପସନ୍ଦ କରନ୍ତି।