Posted inଜାତୀୟ

‘ପାଣିରେ ବିଷ’ ବୟାନ ପାଇଁ ଅରବିନ୍ଦ କେଜରିୱାଲଙ୍କୁ ନୋଟିସ କଲେ ନିର୍ବାଚନ କମିଶନ, ମାଗିଲେ ପ୍ରମାଣ

ନୂଆଦିଲ୍ଲୀ, ୨୮।୧: ଦିଲ୍ଲୀ ନିର୍ବାଚନ ପ୍ରଚାର ସରଗରମ ହେଉଥିଲା ବେଳେ ସମସ୍ତ ପକ୍ଷ ପରସ୍ପର ବିରୋଧରେ ବୟାନବାଜି ଜାରି ରଖିଛନ୍ତି। ଏହାରି ମଧ୍ୟରେ ମଙ୍ଗଳବାର ଭାରତୀୟ ନିର୍ବାଚନ କମିଶନ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ଯମୁନା ନଦୀର ପାଣିରେ ହରିୟାଣା ବିଷ ମିଶୁଥିବା ବୟାନ ଉପରେ ପ୍ରମାଣ ମାଗିଛନ୍ତି। ବୁଧବାର ସନ୍ଧ୍ୟା ୮ ଟା ସୁଦ୍ଧା ଏହି ପ୍ରମାଣ ରଖିବାକୁ ସମୟ ଦେଇଛନ୍ତି।

ଏହା ପୂର୍ବରୁ ନିର୍ବାଚନ କମିଶନ ହରିୟାଣା ସରକାରଙ୍କୁ ଏହି ଅଭିଯୋଗ ଉପରେ ଜାନୁଆରୀ ୨୮ ସୁଦ୍ଧା ତଥ୍ୟ ରଖିବାକୁ ନିର୍ଦ୍ଦେଶଦେଇଥିଲେ। କେଜ୍ରିୱାଲ ଏକ ନିର୍ବାଚନୀ ରାଲିରେ ଅଭିଯୋଗ ଲଗାଇଥିଲେ ଯେ, ହରିୟାଣାରୁ ଆସୁଥିବା କାରଖାନାର ପାଣି ଯମୁନା ନଦୀରେ ମିଶିବା କାରଣରୁ ଆମୋନିଆ ମାତ୍ରା ବୃଦ୍ଧି ପାଇଛି।

କେଜରିୱାଲ ଜାନୁଆରୀ ୨୭ ତାରିଖରେ ଅଭିଯୋଗ କରିଥିଲେ, “ଲୋକମାନଙ୍କୁ ପାଣିରୁ ବଞ୍ଚିତ କରିବା ଠାରୁ ବଡ଼ ପାପ ଆଉ କିଛି ନୁହେଁ। ଭାଜପା ଏହାର ମଇଳା ରାଜନୀତି ପାଇଁ ଦିଲ୍ଲୀର ଲୋକମାନଙ୍କୁ ଶୋଷିଲା ରଖିବାକୁ ଚେଷ୍ଟା କରୁଛି। ସେମାନେ ହରିୟାଣାରୁ ପଠାଯାଉଥିବା ପାଣିରେ ବିଷ ମିଶ୍ରଣ କରୁଛନ୍ତି। ଏହି ଦୂଷିତ ପାଣି ଏତେ ବିଷାକ୍ତ ଯେ ଏହାକୁ ଦିଲ୍ଲୀରେ ଥିବା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଦ୍ୱାରା ବିଶୋଧନ କରାଯାଇପାରିବ ନାହିଁ। ଭାଜପା ଦିଲ୍ଲୀବାସୀଙ୍କ ଗଣହତ୍ୟା କରିବାକୁ ଚାହୁଁଛି। ଆମେ ଏହା ହେବାକୁ ଦେବୁ ନାହିଁ।”


Enter your email to get our daily news in your inbox.

All Right Reserved By Dharitri.Com

୮ ବର୍ଷୀୟାଙ୍କୁ ହତ୍ୟା, ଜାଳିଦେଲେ ସାବତ ମା’

ବକ୍ସର, ୨।୨: ବିହାରର ବକ୍ସର ଜିଲା ଡୁମରାଓ ଥାନା ନୟା ଭୋଜପୁର ଅଞ୍ଚଳରେ ଜଣେ ମହିଳା ନିଜର ୮ ବର୍ଷିୟା ସାବତ ଝିଅଙ୍କୁ ଗଳା ଚିପି ହତ୍ୟା...

କଙ୍ଗୋରେ ବିଦ୍ରୋହୀଙ୍କ ତାଣ୍ଡବ: ଭାରତୀୟ ଦୂତାବାସର ଆଡ଼ଭାଇଜରୀ ଜାରି

ନୂଆଦିଲ୍ଲୀ, ୨ା୨: କଙ୍ଗୋର କିନଶାସା ରାଜ୍ୟରେ ଥିବା ଭାରତୀୟ ଦୂତାବାସ ବୁକାଭୁରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ “ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ” ପରାମର୍ଶ ଜାରି...

ବସନ୍ତ ପଞ୍ଚମୀ ଅମୃତ ସ୍ନାନ ପାଇଁ ମହାକୁମ୍ଭରେ ବ୍ୟାପକ ପ୍ରସ୍ତୁତି: ହାଇ ଆଲର୍ଟରେ ମେଡିକାଲ ଟିମ୍‌

ପ୍ରୟାଗରାଜ/ମହାକୁମ୍ଭ ନଗର,୨।୨: ଉତ୍ତରପ୍ରଦେଶର ପ୍ରୟାଗରାଜ ମହାକୁମ୍ଭରେ ଗତ ମାସ ୨୯ ତାରିଖ ମୌନି ଅମାବାସ୍ୟା ଅମୃତ ସ୍ନାନ ବେଳେ ଦଳାଚକଟା ଘଟି ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ...

ପଞ୍ଚାୟତ ନିର୍ବାଚନ ପୂର୍ବରୁ ତେଲଙ୍ଗାନା କଂଗ୍ରେସରେ ଫାଟ

ହାଇଦ୍ରାବାଦ,୨।୨: ତେଲଙ୍ଗାନାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶାସକ ଦଳରେ ଅସନ୍ତୋଷକୁ ନେଇ ଚିନ୍ତା ବଢ଼ିଛି। ନିର୍ବାଚନ ପୂର୍ବରୁ କଂଗ୍ରେସର ୧୦ ଜଣ ବିଧାୟକ ଗୋପନରେ ରୁଦ୍ଧଦ୍ୱାର...

ଉତ୍ତରପ୍ରଦେଶ ସମେତ ଏସବୁ ରାଜ୍ୟରେ ବର୍ଷା: ଏହି ରାଜ୍ୟଗୁଡ଼ିକରେ ପଡ଼ିବ ପ୍ରବଳ ଥଣ୍ଡା! ସତର୍କ କଲା IMD

ନୂଆଦିଲ୍ଲୀ, ୨ା୨: ଦେଶର ଅନେକ ସ୍ଥାନରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଦିଲ୍ଲୀ-ଏନସିଆରରେ କୁହୁଡ଼ି ବଢ଼ିବା ଆରମ୍ଭ କରିଛି, ଯେତେବେଳେ କି ଉତ୍ତର ଭାରତ...

ମୁମ୍ବାଇରେ କ୍ରିକେଟ ଖେଳିଲେ ଋଷି ସୁନକ, ଫୋଟୋ ଶେୟାର କରି କହିଲେ ମଜାଦାର କଥା

ମୁମ୍ବାଇ,୨ା୨: ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକ ଏବେ ଭାରତ ଗସ୍ତରେ ଅଛନ୍ତି। ଏହି ସମୟରେ, ସେ ରବିବାର ଦକ୍ଷିଣ ମୁମ୍ବାଇର ପାର୍ସି ଜିମଖାନା ପରିଦର୍ଶନ...

ସଂସଦରେ ସ୍କ୍ରିନିଂ ହେବ ଜାପାନୀ ଫିଲ୍ମ, ଏକାଠି ବସି ଦେଖିବେ ଲୋକ ସଭା ବାଚସ୍ପତିଙ୍କ ସହ ଏମପି

ନୂଆଦିଲ୍ଲୀ,୨।୨: ସଂସଦ ଭବନରେ ପୂର୍ବରୁ ଅନେକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇସାରିଛି। ଏବେ ସଂସଦ ପରିସରରେ ଏକ ଜାପାନୀ ଚଳଚ୍ଚିତ୍ର ପ୍ରଦର୍ଶିତ ହେବାକୁ ଯାଉଛି। ଏହି ଫିଲ୍ମଟି...

କଂଗ୍ରେସରେ ଯୋଗ ଦେବେ ସଞ୍ଜୟ ରାଉତ? ନିତେଶ ରାଣେଙ୍କ ଦାବିକୁ ନେଇ ରଜନୀତି ସରଗରମ

ମୁମ୍ବାଇ,୨।୨: ମହାରାଷ୍ଟ୍ରର ମନ୍ତ୍ରୀ ତଥା ଭାଜପା ବିଧାୟକ ନିତେଶ ରାଣେ ଶିବସେନାର ୟୁବିଟି ଏମପି ସଞ୍ଜୟ ରାଉତଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image