Categories: ଜାତୀୟ

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ: ଡ୍ୟୁଟିରେ ଥିବା ପୋଲିଂ କର୍ମଚାରୀଙ୍କ ମୃତ୍ୟୁ

ବେଟୁଲ୍‌,୧୬ା୧୧: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବେଟୁଲ୍‌ ସହରକୁ ପୋଲିଂ କର୍ମଚାରୀ ଭାବେ ଡ୍ୟୁଟିରେ ଯାଇଥିବା ଜଣେ ୫୫ ବର୍ଷୀୟ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

ଭୀମରାଓ ନାମକ ଏହି କର୍ମଚାରୀଙ୍କୁ ବେଟୁଲ୍‌ ବାଳିକା ବିଦ୍ୟାଳୟର ୧୨୩ ନମ୍ବର ବୁଥ୍‌ରେ ଡ୍ୟୁଟି ଦିଆଯାଇଥିଲା। ହେଲେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ମୁଲ୍‌ତାଇ ଏସ୍‌ଡିଏମ୍‌ ତୃପ୍ତି ପାଟେରିଆ ପ୍ରକାଶ କରିଛନ୍ତି।

Share