ପୁଣେ,୬।୪: କୋଲକାତା ନାଇଟ୍ ରାଇଡର୍ସ(କେକେଆର) ଆଗରେ ୧୬୨ ରନ୍ର ଟାର୍ଗେଟ ଛିଡ଼ା କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ପ୍ରାରମ୍ଭିକ ବ୍ୟାଟିଂ ବିଫଳତା ଯୋଗୁ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ମାତ୍ର ସୂର୍ଯ୍ୟ କୁମାର ଯାଦବ(୫୨)ଙ୍କ ଅର୍ଦ୍ଧଶତକ ଏବଂ ତୀଲକ ବର୍ମାଙ୍କ ୩୮ ରନ୍ର ପାଳି ଖେଳିଥିଲେ। ଶେଷ ଓଭରରେ କିରନ ପୋଲାର୍ଡ(୨୨) ୩ ଛକା ଲଗାଇବାରୁ ମୁମ୍ବାଇ ୨୦ ଓଭରରେ ୪ ଉଇକେଟ ହରାଇ ୧୬୧ ରନ୍ରେ ପହଞ୍ଚି ପାରିଥିଲା। ଏହି ମ୍ୟାଚ୍ ଜରିଆରେ ଆଇପିଏଲ ପଦାର୍ପଣ କରିଥିବା ଦକ୍ଷିଣ ଆଫ୍ରିକୀୟ ଯୁବ ବ୍ୟାଟର ଡଓ୍ବୋଲ୍ଡ ବ୍ରେଭିସ ୨୯ ରନ୍ର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ।
ଚଳିତ ସିଜନରେ ପ୍ରଥମ ମ୍ୟାଚ୍ ଖେଳିଥିବା ପାଟ କୁମିନ୍ସ ୨ ଉଇକେଟ ନେଇଥିବା ବେଳେ ଉମେଶ ଯାଦବ ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ସଫଳତା ହାସଲ କରିଥିଲେ।