ଉତ୍ତର ପ୍ରଦେଶ ବିଧାନସଭା ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ଆରମ୍ଭ: ୬୧ ଆସନ ପାଇଁ ହେଉଛି ମତଦାନ

ଲକ୍ଷ୍ନୌ,୨୭ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ରବିବାର ସକାଳୁ ଆରମ୍ଭ ହୋଇ ଯାଇଛି । ସକାଳ ପ୍ରାୟ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ କରାଯାଇଛି । ପଞ୍ଚମ ପର୍ଯ୍ୟାୟରେ ୧୨ ଜିଲାର ୬୧ ଆସନ ପାଇଁ ମତଦାନ କରାଯାଉଛି । ଏଥିରେ ଅଯୋଧ୍ୟା, ସୁଲତାନପୁର, ଚିତ୍ରକୁଟ, ପ୍ରତାପଗଡ଼, କୁଶାମ୍ବି, ପ୍ରୟାଗରାଜ, ବାରାବାଙ୍କି, ଆମେଠି, ରୟବରେଲି ଆଦି ଆସନ ରହିଛି । ଏହି ପର୍ଯ୍ୟାୟରେ ଉପ ମୁଖ୍ୟମନ୍ତ୍ରୀ, କେଶବ ପ୍ରସାଦ ମୌର୍ଯ୍ୟ, ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂ, କଂଗ୍ରେସ ନେତା ଅର୍ଚ୍ଚନା ମିଶ୍ରଙ୍କ ଭାଗ୍ୟ ପରୀକ୍ଷା ହେବ । ମଇଦାନରେ ୬୯୨ ପ୍ରାର୍ଥୀ ଥିବା ବେଳେ ୨.୨୪ କୋଟି ଭୋଟର ସେମାନଙ୍କ ଭାର୍ଗ ନିର୍ଦ୍ଧାରଣ କରିବେ । ସନ୍ଧ୍ୟା ୬ଟାରେ ମତଦାନ ଶେଷ ହେବ । ଏହାର ଫଳାଫଳ ମାର୍ଚ୍ଚ ୧୦ରେ ଆସିବ ।

Share