Categories: ଜାତୀୟ

ମଣିପୁର ବିଧାନସଭା ଲାଗି ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୨ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଇମ୍ଫାଲ,୫ ।୩: ମଣିପୁର ବିଧାନସଭା ଲାଗି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଶନିବାର ସକାଳୁ ଆରମ୍ଭ ହୋଇଛି । ଏଥର ୬ ଜିଲାର ୨୨ଟି ଆସନ ଲାଗି ୯୨ ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୪ଟା ଯାଏ ଚାଲିବ ବୋଲି ସୂଚନା ରହିଛି । କିଛି ମତଦାନ କେନ୍ଦ୍ରକୁ କେବଳ ମହିଳାମାନେ ପରିଚାଳନା କରିବେ । ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ୧,୨୪୭ ପୋଲିଂ ଷ୍ଟେଶନ ହୋଇଥିବା ବେଳେ ୮.୩୮ ଲକ୍ଷ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ତେବେ କରୋନା ସଂକ୍ରମିତ ଅବା କ୍ୱାରାଣ୍ଟାଇନରେ ରହିଥିବା ମତଦାତଙ୍କୁ ଏକ ଘଣ୍ଟା ସମୟ ଦିଆଯିବ । ଅର୍ଥାତ୍ ଦିନ ୩-୪ଟା ମଧ୍ୟରେ ଏମାନେ ମତଦାନ କରିପାରିବେ । ସୂଚନାଯୋଗ୍ୟ, ମଣିପୁରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଫେବୃୟାରୀ ୨୮ରେ ଶେଷ ହୋଇଛି । ଏଥିରେ ୫ଟି ଆସନ ପାଇଁ ୧୨ ପୋଲିଂ ଷ୍ଟେଶନରେ ମତଦାନ କରାଯାଇଥିଲା ।

Share