କୋଲକାତା,୮।୭: ପଶ୍ଚିମବଙ୍ଗରେ ହିଂସା ମଧ୍ୟରେ ଆଜି ୭୩,୦୦୦ରୁ ଅଧିକ ଆସନରେ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଚାଲିଛି। ତେବେ ପଶ୍ଚିମବଙ୍ଗର ରାଜ୍ୟପାଳ ସିଭି ଆନନ୍ଦ ବୋଷ ଉତ୍ତର ୨୪ ପରଗାନାର ମତଦାନ ବୁଥ ପରିଦର୍ଶନ କରି ଭୋଟର ଏବଂ ପ୍ରାର୍ଥୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି ସମୟରେ କିଛି ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ) କର୍ମୀ ତାଙ୍କ କନଭେନକୁ ରାସ୍ତାରେ ଅଟକାଇଦେଇଛନ୍ତି।
ନିର୍ବାଚନ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପଞ୍ଚାୟତ ନିର୍ବାଚନ ସମୟରେ ରାଜ୍ୟରେ କେନ୍ଦ୍ରୀୟ ବାହିନୀ ମୁତୟନ କରାଯାଇଛି। ଏଥିସହ କେନ୍ଦ୍ରୀୟ ବାହିନୀର ପ୍ରାୟ ୮୩ ହଜାର କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ୧୯ଟି ରାଜ୍ୟର ସଶସ୍ତ୍ର ପୋଲିସ ମଧ୍ୟ ନିୟୋଜିତ ହୋଇଛନ୍ତି।