ଝାରସୁଗୁଡ଼ାରେ ମତଦାନ ଶେଷ

ଝାରସୁଗୁଡ଼ା ଅଫିସ,୧୦ା୫: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଚାଲିଥିବା ମତଦାନ ଇତିମଧ୍ୟରେ ଶେଷ ହୋଇଛି। ମତଦାନ ବୁଧବାର ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ସରିଛି।

ପୂର୍ବାହ୍ନ ୧୧ ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଅପରାହ୍ନ ୧ଟା ସୁଦ୍ଧା ୪୧.୨୬ ପ୍ରତିଶତ, ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ ହୋଇଥିଲା। ସେହିପରି ଅପରାହ୍ନ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି। ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଭୋଟ୍‌ ଅଧିକ ରହିଛି। ମହିଳାଙ୍କ ଭୋଟ୍‌ ସଂଖ୍ୟା ୭୭,୦୨୦ ଥିବା ବେଳେ ପୁରୁଷଙ୍କ ଭୋଟ ସଂଖ୍ୟା ୭୪,୦୦୮ ରହିଛି। ମୋଟ୍‌ ୧ ଲକ୍ଷ ୫୦ ହଜାର ୦୩୫ଟି ଭୋଟ୍‌ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ, ଭୋଟିଂ ସରିଲା ପରେ ଇଭିଏମ୍‌ଗୁଡ଼ିକ କଡ଼ା ସୁରକ୍ଷାରେ ଝାରସୁଗୁଡ଼ା ଇଞ୍ଜିନିୟରିଂ କଲେଜରେ ରଖାଯାଇଛି। ଏଥିରେ ୯ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ରହିଛି। ଆସନ୍ତା ୧୩ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

Share