Categories: ଜାତୀୟ

୧୫ ରାଜ୍ୟର ୫୬ ରାଜ୍ୟସଭା ଆସନ ପାଇଁ ଫେବୃଆରୀ ୨୭ରେ ମତଦାନ…

ନୂଆଦିଲ୍ଲୀ,୨୯।୧ : ଫେବୃଆରୀ ୨୭ ରେ ଦେଶର ୧୫ ରାଜ୍ୟର ୫୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଫେବୃଆରୀ ୧୫ ରହିଛି। ଫେବୃଆରୀ ୨୭ ପୂର୍ବାହ୍ନ ୯ ଟାରୁ ଅପରାହ୍ନ ୪ଟା ମଧ୍ୟରେ ମତଦାନ ଅନୁଷ୍ଠିତ ହେବ।

ଖାଲି ପଡ଼ିଥିବା ରାଜ୍ୟସଭା ଆସନ ମଧ୍ୟରୁ ଆନ୍ଧ୍ରପ୍ରଦେଶରେ ୩, ବିହାର ୬, ଛତିଶଗଡ଼ ୧, ଗୁଜରାଟ ୪, ହରିୟାଣା ୧, ହିମାଚଳପ୍ରଦେଶ ୧, ମଧ୍ୟପ୍ରଦେଶ ୫, କର୍ନାଟକ ୪, ମହାରାଷ୍ଟ୍ର ୬, ତେଲେଙ୍ଗାନା ୩, ଉତ୍ତରପ୍ରଦେଶ ୧୦, ଉତ୍ତରାଖଣ୍ଡ ୧, ପଶ୍ଚିମବଙ୍ଗ ୫, ଓଡ଼ିଶା ୩ ଏବଂ ରାଜସ୍ଥାନ ୩ ଆସନ ରହିଛି।
ଓଡ଼ିଶା ଏବଂ ରାଜସ୍ଥାନର ରାଜ୍ୟସଭା ଆସନର କାର୍ଯ୍ୟକାଳ ଏପ୍ରିଲ ୩ରେ ଶେଷ ହେଉଥିବାବେଳେ ଅନ୍ୟ ସମସ୍ତ ଆସନର କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେଉଛି।

Share