ଆଜି ବୁଥ୍‌ ଅଭିମୁଖେ ବାହାରିବେ ପୋଲିଙ୍ଗ ପାର୍ଟି

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାତି ପାହିଲେ ପୌର ନିର୍ବାଚନ। ଏ ନେଇ ଚାଲିଛି ସଜବାଜ। ତେବେ ଆଜି ପୋଲିଙ୍ଗ ବୁଥ ଅଭିମୁଖେ ବାହାରିବେ ପୋଲିଙ୍ଗ ପାର୍ଟି । ପୌର ଭୋଟ ପାଇଁ ନିୟୋଜିତ ହେବେ ୨୨ ହଜାର ପୋଲିଂ କର୍ମଚାରୀ। ପ୍ରତ୍ୟେକ ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର ଏବଂ ୪ ଜଣ ପୋଲିଂ ଅଫିସର ରହିବେ । ସମୁଦାୟ ୧୭ ଶହ ୩୭ ୱାର୍ଡରେ ହେବ ପୌର ପରିଷଦ ନିର୍ବାଚନ । ୪ ହଜାର ୩୭୩ ବୁଥରେ ୪୦ ଲକ୍ଷ ୫୫ ହଜାର ୫୩ ଜଣ ମତଦାତା ମତଦାନ ସାବ୍ୟସ୍ତ କରିବେ । ଭୋଟରଙ୍କ ପାଇଁ ସବୁ ବୁଥ୍‌ରେ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯିବ ସହିତ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ହୁଇଲ ଚେୟାର ବ୍ୟବସ୍ଥା କରାଯିବ । ଅତି ସମ୍ବେଦନଶୀଳ ବୁଥ୍‌ରେ ଜଣେ ଏଏସଆଇ ରାଙ୍କର ଅଧିକାରୀଙ୍କୁ ନିୟୋଜିତ ରହିବେ ।

Share