Categories: ଜାତୀୟ

ପୋଲିଂ ପାର୍ଟିକୁ ମାଓବାଦୀଙ୍କ ଟାର୍ଗେଟ

ରାୟପୁର,୭ା୧୧: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନର ଦିନକ ପୂର୍ବରୁ କଙ୍କେର୍‌ ଜିଲାରେ ପୋଲିଂ ପାର୍ଟିକୁ ଟାର୍ଗେଟ କରି ମାଓବାଦୀମାନେ ଆଇଇଡି ବିସ୍ଫୋରଣ ଘଟାଇଛନ୍ତି। ଏଥିରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଜଣେ କନ୍‌ଷ୍ଟେବଲ ଏବଂ ଦୁଇଜଣ ପୋଲିଂ କର୍ମଚାରୀ ଆହତ ହୋଇଛନ୍ତି। ଆହତ କନ୍‌ଷ୍ଟେବଲ ପ୍ରକାଶ ଚାନ୍ଦଙ୍କ ଦୁଇ ଗୋଡ଼ରେ କ୍ଷତ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ଛୋଟେପେଠିୟା ନିଆଯାଇଛି। ପୋଲିଂ କର୍ମଚାରୀ ଦୁଇଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ବିଏସ୍‌ଏଫ୍‌ ଏବଂ ଡିଷ୍ଟ୍ରିକ୍ଟ ଫୋର୍ସ କଙ୍କେର୍‌ ଜିଲାର ଛୋଟେବେଟିୟା ଥାନାରୁ ୪ଟି ପୋଲିଂ ଟିମ୍‌କୁ ନେଇ ରେଙ୍ଗାଘାଟି ରେଙ୍ଗାଗୋଣ୍ଡି ବୁଥ୍‌କୁ ନେଉଥିବାବେଳେ ବିସ୍ଫୋରଣ ଘଟିଥିଲା।

Share