ବୁଥ୍‌ ଅଭିମୁଖେ ପୋଲିଂ ପାର୍ଟିଂ

ଚିତ୍ରକୋଣ୍ଡା,୧୨ା୫(କ୍ଷୀରୋଦ ବେହେରା): ଆସନ୍ତା ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଗତକାଲି ପ୍ରାର୍ଥୀମାନଙ୍କର ପ୍ରଚାର ଶେଷ ହୋଇଥିବା ବେଳେ ଆଜି ସକାଳେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଦୂରଦୂରାନ୍ତର ଅତି ଦୁର୍ଗମ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ବୁଥ୍‌ ଅଭିମୁଖେ ବାହାରିଛନ୍ତି ପୋଲିଂ ପାର୍ଟି। ପୋଲିଂ ପାର୍ଟି ବାହାରି ସ୍ପିଲବାଇ ଲଞ୍ଚ ଠାରେ ପହଞ୍ଚିବା କ୍ଷଣି ସେମାନେ ଅତି ଦୂର ସ୍ଥାନ ଯାତ୍ରା କରୁଥିବାରୁ ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ସହିତ ମିଶନ ଶକ୍ତିର ମହିଳାମାନେ ପୋଲିଂ ପାର୍ଟିଂଙ୍କ ଶୁଭ ମନାସି ସେମାନଙ୍କୁ ବନ୍ଦାପନା କରି ଲଞ୍ଚ ମଧ୍ୟକୁ ଯିବାକୁ ସ୍ବାଗତ ଜଣାଇଥିଲେ। ପୂର୍ବ ପ୍ରସ୍ତୁତି ମୁତାବକ ଭୋଟବାକ୍ସ ଧରି ପୋଲିଂ ଅଧିକାରୀ ଲଞ୍ଚ ଯୋଗେ ଯାଇଛନ୍ତି।

Share