ଗରମ ପେଜ ପଡ଼ି ପୋଲିଂ କର୍ମଚାରୀ ଆହତ

ଆସିକା/ଧରାକୋଟ,୧୯ା୫(ସୁରେନ୍ଦ୍ର ନାଥ ସାହୁ/ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଅଧୀନ ମଛାକୋଟ ପଞ୍ଚାୟତର ମଥୁରା ପଦନାପୁର ଗ୍ରାମର ଏକ ବୁଥରେ ଅଘଟଣ ଘଟିଛି। କର୍ମଚାରୀଙ୍କ ପାଇଁ ରୋଷେଇ ବେଳେ ଗରମ ପେଜ ପଡ଼ି ଜଣେ ପୋଲିଂ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି ା ସେ ହେଲେ କୋଟିନଡା ଥାନା ଅନ୍ତର୍ଗତ ଗୋଲାପଲ୍ଲୀ ଗ୍ରାମର ସୁବାସ ଚନ୍ଦ୍ର ପାତ୍ର।

ଚିକିତ୍ସା ଲାଗି ତାଙ୍କୁ ପ୍ରଥମେ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ା ସେଠାରେ ପ୍ରାଥମିକ ଚିକିତ୍ସା ପରେ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଅଧିକ ଚିକିତ୍ସା ଲାଗି ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ା

Share